ପତ୍ନୀ ନିଖୋଜ ନେଇ ଥାନାରେ ଅଭିଯୋଗ
ଭଣ୍ଡାରିପୋଖରୀ , (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ସାରୋ ଗ୍ରାମର ଜନୈକ ମହିଳା ନିଖୋଜ ହୋଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି । ପ୍ରାପ୍ତ ଅଭିଯୋଗ ଅନୁଯାୟୀ ଗ୍ରାମର ସୁଶାନ୍ତ ଗିରିଙ୍କ ପତ୍ନୀ ଝରଣା ଗିରି ତାଙ୍କ ଦୁଇ ପିଲାଙ୍କୁ ଧରି କେଉଁଆଡେ ପଳାଇଯାଇଛନ୍ତି । ସୁଶାନ୍ତ ସୁରଟରେ ରହୁଥିବାବେଳେ ଚଳିତମାସ ୧୬ତାରିଖ ଦିନ ତାଙ୍କ ପତ୍ନୀ କେଉଁଆଡେ ନିଖୋଜ ହୋଇଯାଇଥିବା ଫୋନ ଯୋଗେ ଜାଣିବାକୁ ପାଇଥିଲେ । ଖବର ପାଇଁ ତତକ୍ଷଣାତ କାର୍ଯ୍ୟ ସ୍ଥଳୀରୁ ଘରେ ଆସି ପହଞ୍ଚିବା ପରେ ସ୍ତ୍ରୀ ଝରଣା ଦୁଇ ପୁଅଝିଅଙ୍କୁ ଧରି କେଉଁଆଡେ ପଳାଇଯାଇଥିବା ଜଣାପଡିଥିଲା । ଏହା ସହିତ ଘରେ ଥିବା ଧାନବିକ୍ରୀ ବାବଦୀୟ ଦେଢଲକ୍ଷ ଟଙ୍କା, ଛଅଭରି ସୁନା, ମୋଟରସାଇକେଲ ଚାବି ଓ ଅନ୍ୟାନ୍ୟ କାଗଜପତ୍ର ମଧ୍ୟ ପତ୍ନୀ ନେଇଯାଇଥିବା ସୁଶାନ୍ତ ପୁଲିସ ନିକଟରେ ଜଣାଇଛନ୍ତି । ଅଭିଯୋଗକୁ ଭିତ୍ତିକରି ପୁଲିସ ନିଖୋଜ ନେଇ ଅନୁସନ୍ଧାନ ଜାରି ରଖିଛି ।