ପଥର ଖସି ପୁଣିଥରେ ଆନ୍ଧ୍ର ପ୍ରଦେଶରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :ଆନ୍ଧ୍ରପ୍ରଦେଶ ରାଜ୍ୟ ପ୍ରକାଶମ ଜିଲ୍ଲା ଅଙ୍ଗୁଲ ସହରରେ ପୁଣିଥରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଗାଲୱା ଗ୍ରାନାଇଟ ମାଇନ୍ ନାମକ ଏକ କମ୍ପାନୀରେ ବୁଧବାର ସକାଳୁ କାମ କରୁଥିବା ସମୟରେ ପଥର ଖସି ପଡିବା ଫଳରେ ଜଣେ ଓଡ଼ିଆ ଯୁବକଙ୍କ ଅକାଳ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିବା ଜଣାପଡିଛି । ମୃତ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବି . ତୁରୁବୁଡି ପଞ୍ଚାୟତ ଦସିପୁର ଗ୍ରାମର କେ . ବୁଲୁ ରେଡ୍ଡୀଙ୍କ ସାନପୁଅ କେ . ସନ୍ତୋଷ କୁମାର ରେଡ୍ଡୀ (୨୨) ବୋଲି ସୂଚନା ମିଳିପାରିଛି । ଖବରନୁଯାୟୀ, ଦିଗପହଣ୍ଡି ଥାନା ଉକ୍ତ ଗ୍ରାମର ମୃତ ସନ୍ତୋଷ ଦୁଇବର୍ଷ ପୂର୍ବେ ପେଟପାଟଣା ପାଇଁ ଗ୍ରାମର କିଛି ଶ୍ରମିକଙ୍କ ସହ ମିଶି ଆନ୍ଧ୍ର ପ୍ରଦେଶର ଅଙ୍ଗୁଲ ସହର ଯାଇ ଉକ୍ତ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ । ତେବେ ଆଜି ସକାଳ ୭ ଘଣ୍ଟା ସମୟରେ କାମ କରୁଥିବା ବେଳେ ଏକ ବଡ଼ ଧରଣର ପଥର ଖସି ଆସି ସନ୍ତୋଷ ଉପରେ ପଡିଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ସନ୍ତୋଷଙ୍କ ମୃତ୍ୟୁ ହୋଇଥିବା ତାଙ୍କ ସହଯୋଗୀ ମାନେ ପରିବାରକୁ ଖବର ଦେଇଥିଲେ । ଘଟଣାପରେ କମ୍ପାନୀ ମାଲିକ ଓ ପ୍ରଶାସନ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୨୫ ଲକ୍ଷ ଟଙ୍କା ଦେବାପାଇଁ ପ୍ରତିଶ୍ରୁତି ଦେଇଥିବା ପରିବାର ଲୋକେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ