ପଦ୍ମଶ୍ରୀ କମଳା ପୁଜାରୀ ଅସୁସ୍ଥ

ଜୟପୁର, (ଓ୍ବାଇଏନ୍ଏସ୍):କୋରାପୁଟ ଜିଲାର ଗର୍ବ ଓ ଗୌରବ ପଦ୍ମଶ୍ରୀ କମଳା ପୁଜାରି ଅସୁସ୍ଥ ହୋଇଛନ୍ତି । ଜୟପୁର ଜିଲା ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ପଦ୍ମଶ୍ରୀ କମଳା ଧାନର ଉତ୍ପତିସ୍ଥଳିରେ ଓଡ଼ିଶାରେ ରହିଥିବା ପାରମ୍ପରିକ ଧାନ କିସମ ସଂରକ୍ଷଣ କ୍ଷେତ୍ରରେ ଲୋପ ପାଇଯାଉଥିବା ଦେଶି ଧାନକୁ ସଂଗ୍ରହ ଓ ସଂରକ୍ଷଣ କରି ଜିଲା, ରାଜ୍ୟ ଓ ଦେଶକୁ ବିଶ୍ୱଦରବାରରେ ପରିଚିତ କରିଥିବା ଏକ ଆଦିବାସୀ ମହିଳା ହେଉଛନ୍ତି ଜୟପୁର ବ୍ଲକର ପାତ୍ରପୁଟ ଅଂଚଳର କମଳା ପୁଜାରୀ । ନିଜେ ଅବହେଳିତ ଓ ଅସହାୟ ହୋଇ ଆଗାମି ପିଢି ପାଇଁ ଦୁର୍ଲଭ ଦେଶି ଧାନର ସଂଗ୍ରହ କରି ନିଜ ପାଇଁ ପରିଚୟ ସୃଷ୍ଟି କରିପାରିଛନ୍ତି । କୃଷି ବୈଜ୍ଞାନିକ ମାନଙ୍କ ପାଇଁ ଉଦାହରଣ ପାଲଟିଥିବା ଏପରି ଜଣେ ମହାନ ଆଦିବାସୀ ମହିଳା ବିଲୁପ୍ତ ଦେଶି ଧାନ ସଂରକ୍ଷଣ ନିମନ୍ତେ ବିଶ୍ୱ ତତ୍ପରତା ଦେଖାଦେଇଛି । ଜଣେ ମହିଳା ହୋଇଥିବା ବେଳେ ଦୀର୍ଘ ୧୫ ବର୍ଷ ହେବ ଲୋପ ପାଇଯାଇଥିବା ଏକଶହରୁ ଅଧିକ ଦେଶୀ ଧାନକୁ ନିଜ କ୍ଷେତରେ ଚାଷ କରି ଭବିଷ୍ୟତ ପିଢି ପାଇଁ ସଂଗ୍ରହ କରିଛି । କାରଣ ବର୍ତମାନ ହାଇବ୍ରିଡ୍ ଧାନ ପ୍ରତି ଲୋକଙ୍କ ଆଗ୍ରହ ବଢୁଥିବାରୁ ଧିରେ ଧିରେ ଦେଶୀ ଧାନ ଲୋପପାଉଛି । ପାରମ୍ପରିକ ରିତିରେ ବିନା ସରକାରୀ ଔଷଧ ସାହାଯ୍ୟରେ କେବଳ ଗୋବର ଖତ ଦ୍ୱାରା କଳାଜିରା, ହଳଦିଗଣ୍ଠି, ଝିଲ୍ଲୀ, ଲଦିଆରି, ଉମୁରିଆଚୁଡି, ଲଲାଟ,  ଧାନ, ବରପକ ଆଦି ଧାନ ସଂରକ୍ଷଣ କରିଛନ୍ତି । ଏହି ବିହନ ୧୦ ବର୍ଷରୁ ଉର୍ଦ୍ଧ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ହୋଇ ରହିପାରିବ ।ଏହି କାର୍ଯ୍ୟରେ ପ୍ରଥମେ ସହଯୋଗ କରିବା ସହ ସହାୟତାରେ ହାତ ବଢାଇଥିଲେ ଜୟପୁରସ୍ଥିତ ଏମ.ଏସ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ । ବୈଜ୍ଞାନିକ ଏମ ଏସ ସ୍ୱାମୀନାଥନ ନିଜ ସହିତ ଆଫ୍ରିକା ନେଇ ସେଠାରେ ବିଭିନ୍ନ କୃଷି କ୍ଷେତ୍ର ବୁଲାଇ ଥିଲେ । ଏହା ସହ ଦେଶି ଧାନ ସଂରକ୍ଷଣ କ୍ଷେତ୍ରରେ ବିଭିନ୍ନ ମାର୍ଗ ଦର୍ଶନ କରିବା ସହ ସ୍ଥାନୀୟ ଅନୁଷ୍ଠାନ ତରଫରୁ ବିହନ ଓ ତାଲିମ ମଧ୍ୟ ଦେଇଥିଲେ । ୨୦୦୨ ରେ ଜୋହାନ୍‌ସ୍‌ବର୍ଗ ଠାରେ ଆୟୋଜିତ ବିଶ୍ୱ ଚିରନ୍ତନ ବିକାଶ ସମ୍ମିଳନୀରେ ଇକ୍ୱେଟର୍ ଇନିସିଏଟିଭ୍ ପୁରସ୍କାର, ୨୦୦୩ ରେ ନୁଆଦିଲ୍ଲୀରେ କୃଷି ବିଷାରଦ ସମ୍ମାନ, ୨୦୦୪ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କୃଷି ସମ୍ମାନରେ ସମ୍ମାନିତ ସହ ରାଜ୍ୟସ୍ତରୀୟ ପର୍ବରେ ମଧ୍ୟ ସମ୍ମାନିତ ହୋଇଛି । ଆଖ ପାଖର ମହିଳା ମାନଙ୍କ ସହ ମହୁଲି, ବାଲିଗୁଡା, ବାଲିଆ, କୁମ୍ଭାରପଡା ସହ ବହୁ ଗ୍ରାମର ଗ୍ରାମବାସୀ କୁ ଏକତ୍ର କରି ପାରମ୍ପରିକ କୃଷି ପଦ୍ଧତିରେ ଚାଷ କରିବାକୁ ସଚେତନ କରିବା ସହ ବହୁ ସମିତି ରେ ମଧ୍ୟ ସଦସ୍ୟ ରହି ଏପରି କାର୍ଯ୍ୟ କରିବାକୁ ପ୍ରୋତ୍ସାହନ କରୁଥିଲେ କମଳା । କମଳା ଦୁଇ ପୁଅ ଓ ଝିଅ ଘର ସଂସାର କରି ରହୁଛନ୍ତି । ଦିର୍ଘ ଦିନ ଧରି ପଦ୍ମଶ୍ରୀ କମଳାଙ୍କ ରକ୍ତଚାପ କମ ଥିବାରୁ ସେ ଅସୁସ୍ଥ ହୋଇପଡିଥିଲେ । ଏମିତିକି ତାଙ୍କ ଔଷଧ ମଧ୍ୟ ସରିଯାଇଥିଲା । ପଦ୍ମଶ୍ରୀ କମଳାଙ୍କ ପ୍ରବଳ ଅଂଟା ବଥା ହେବାରୁ ସେ ରବିବାର ଜିଲା ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । କମଳାଙ୍କ ନିକଟରେ ତାଙ୍କ ପୁଅ ଧନଞ୍ଜୟ ପୁଜାରୀ ଉପସ୍ଥିତ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ