କ୍ୱାରେଂଟାଇନରେ ଜରଡ଼ା ଥାନା ଷ୍ଟାଫ୍,ଦୁଇ ଆକ୍ରାନ୍ତଙ୍କ କଂଟାକ୍ଟ ଟ୍ରେସିଂ
ଗଞ୍ଜାମ, (ଓ୍ବାଇଏନ୍ଏସ୍):ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ପୋଲିସ ଦ୍ୱାରା ଦୁଇ ଜଣ ଅଭିଯୁକ୍ତ ଗିରଫ ହେବା ଏବଂ ସମ୍ପୃକ୍ତ ଦୁଇ ଜଣ ପରବର୍ତି ସମୟରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇ ଆକ୍ରାନ୍ତଙ୍କ କଂଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥି ସହିତ ଜରଡ଼ା ଥାନା ଓ ଖାରିଆଗୁଡ଼ା ଫାଣ୍ଡିର ଯେଉଁ ପୋଲିସ କର୍ମଚାରୀ ମାନେ ଚିହ୍ନଟ ଦୁଇ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ତୁରନ୍ତ ହୋମ୍ କ୍ୱାରେଂଟାଇନରେ ଯିବାକୁ ଆଜି ବ୍ରହ୍ମପୁର ଏସପି ପୀନାକ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ।


