ପରଦା ବଦଳାଇଥାଏ ଭାଗ୍ୟ

ଘର ଭିତରେ ସାଜସଜ୍ଜା ଜିନିଷ ରଖିଲେ ଗୃହର ସୌନ୍ଦର୍ଯ୍ୟ ବଢ଼ିଥାଏ । କିଛି ସାଜସଜ୍ଜା ବସ୍ତୁ ଘରେ ରଖିବା ଦ୍ୱାରା ତାହା ପରିବାର ଲୋକଙ୍କ ଭାଗ୍ୟରେ ଉନ୍ନତି ଆଣିଥାଏ । ସାଜସଜ୍ଜା ନିମନ୍ତେ ମୁଖ୍ୟ ଦ୍ରବ୍ୟ ହେଉଛି ଘରେ ଲଗାଯାଉଥିବା ପରଦା । ପରଦାକୁ ଆମେ କବାଟ, ଝରକା ଇତ୍ୟାଦିରେ ମୁଖ୍ୟତଃ ଲଗାଇଥାଉ । ଏହାର ରଙ୍ଗରୁ ବ୍ୟକ୍ତି ଜୀବନରେ ଅନେକ କିଛି ପରିବର୍ତ୍ତନ ଆସିଥାଏ । ଆସନ୍ତୁ ଜାଣିବା ଘରେ କେଉଁ ରଙ୍ଗର ପରଦା ଲଗାଇବା ଉଚିତ୍ ।
ଛୋଟ ପିଲାଙ୍କ କକ୍ଷ : ଛୋଟ ପିଲାଙ୍କ ଘରେ ସର୍ବଦା ଅଳ୍ପ ହାଲୁକା ରଙ୍ଗର ପରଦା ଲଗାଇବା ଉଚିତ । ହଳଦିଆ, ସବୁଜ, ଗୋଲାପୀ ଇତ୍ୟାଦି ରଙ୍ଗର ପରଦା ଲଗାନ୍ତୁ । ସବୁଜ ଓ ହଳଦିଆ ରଙ୍ଗ ଶାନ୍ତିର ପ୍ରତୀକ ଅଟେ । ଏହା ଛୁଆଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ରଖିଥାଏ । ପାଠପଢ଼ାରେ ମଧ୍ୟ ମନ ଲାଗିଥାଏ ।
ନୂଆ ବିବାହ କରିଥିବା ବ୍ୟକ୍ତିଙ୍କ କକ୍ଷ : ଘରେ ଯେକୌଣସି ବ୍ୟକ୍ତି ନୂଆ ବିବାହ କରିଥିଲେ ତାଙ୍କ ଶୋଇବା କକ୍ଷରେ ଲାଲ, ବାଇଗଣୀ ରଙ୍ଗର ପରଦା ଲଗାନ୍ତୁ । ଏହା ଦ୍ୱାରା ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଥାଏ । ପରସ୍ପର ପ୍ରତି ବିଶ୍ୱାସ ମଧ୍ୟ ବଢିଥାଏ ।
ପରିବାର ମୁଖ୍ୟଙ୍କ କକ୍ଷ : ପରିବାରର ମୁଖ୍ୟଙ୍କ ଘରେ ନାରଙ୍ଗୀ, ସବୁଜ ରଙ୍ଗର ପରଦା ଲଗାନ୍ତୁ । ସବୁଜ ରଙ୍ଗ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି କରିଥାଏ । ନାରଙ୍ଗୀ ରଙ୍ଗ ପରିବାର ମୁଖ୍ୟଙ୍କୁ ସଠିକ ବିଚାର କରିବା ଦିଗରେ ଅଗ୍ରସର କରିଥାଏ ।
ଡାଇନିଂ କକ୍ଷ : ଘରର ଡାଇନିଂ କକ୍ଷ ପାର୍ଶ୍ୱରେ ସର୍ବଦା ପରଦା ଲଗାନ୍ତୁ । ମାଟିଆ ରଙ୍ଗର ପରଦାକୁ ସର୍ବଦା ଡାଇନିଂ ପାଖ ଝରକାରେ ଲଗାନ୍ତୁ । ଆଗ୍ନେୟ କୋଣରେ ମାଟିଆ ରଙ୍ଗର କିଛି ବସ୍ତୁ ରହିବା ଦ୍ୱାରା ଶୁଭ ହୋଇଥାଏ ।
ଅତିଥି କକ୍ଷ : ଅତିଥି କକ୍ଷରେ ସର୍ବଦା ହାଲୁକା ବାଦାମୀ ରଙ୍ଗ କିମ୍ୱା କ୍ରିମ ରଙ୍ଗର ପରଦା ଲଗାନ୍ତୁ । ଏପରି କରିବା ଦ୍ୱାରା ଘରେ ସୁଖଶାନ୍ତି ବଜାୟ ରହିଥାଏ ।
ପୂଜା କକ୍ଷ : ଘରର ପୂଜା କକ୍ଷକୁ ସର୍ବଦା ପରିଷ୍କାର ରଖିବା ଉଚିତ । ପୂଜା ଘରେ ସର୍ବଦା ହଳଦିଆ କିମ୍ୱା ନାରଙ୍ଗୀ ରଙ୍ଗର ପରଦା ଲଗାନ୍ତୁ । ଏହା ଶୁଦ୍ଧତାର ପ୍ରତୀକ ଅଟେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ