ପରଲୋକରେ ସମିତି ସଭ୍ୟ ରାଜେଶ ସାହୁ
ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଧନ ବରଗାଁ ସେବା ସମବାୟ ସମତି ସଂପାଦକ ରାଜେଶ ସାହୁ ଶାରିରୀକ ଅସୁସ୍ଥ ଥିଲେ ମଧ୍ୟ ସେ ଦିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଛତ୍ରପୁର ଠାରେ ପହଞ୍ଚିଲା ପରେ ଗୁରୁତର ଅସୁସ୍ଥ ହୋଇଥିଲେ । ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗତ କାଲି ମେଡିକାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ । ସେ ପୁଣୀ ଅନୁଭବ କରିଥିବାରୁ ତାଙ୍କୁ ସଂଙ୍ଗେ ସଂଙ୍ଗେ ନିକଟସ୍ଥ ଭଞ୍ଜନଗର ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । କୁଡୁୂତାଇ ବାସଭବନରେ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରମ ଶ୍ମଶାନ ରେ ଶେଷକୃତ୍ୟ ସଂପର୍ଣ୍ଣ ହୋଇଛି ।