ପରିତ୍ୟକ୍ତ ଘରର ଝରକା କାନ୍ଥ ପଡି ଜଣେ ଶିଶୁ ମୃତ, ଜଣେ ଗୁରୁତର

ନବରଙ୍ଗପୁର,(ୱାଇଏନଏସ): ଏକ ପରିତ୍ୟକ୍ତ ଘର ମଧ୍ୟରେ ଥିବା କଂକ୍ରିଟ ଝରକା କାନ୍ଥ ଦୁଇ ଶିଶୁ ଉପରେ ପଡିନଜିବାରୁ ଜଣେ ଶିଶୁ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଶିଶୁ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ହାଟପଦା ସାହିର ଲକ୍ଷ୍ମଣ ଗୌଡ଼ ଙ୍କ ୧୨ ବର୍ଷ ପୁଅ ମହେଶ ଗୌଡ଼। ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ହାଟପଦା ସାହିର ଦୁଇ ଶିଶୁ ମହେଶ ଗୌଡ଼ (୧୨) ଓ ସାଥୀ ଉମା ଜାନି (୧୦) ଶୌଚ କୁ ଯିବି କହି ବୁଧବାର ସକାଳ ୫ ଟା ବେଳେ ଘରୁ ବାହାରିଥିଲେ। ତେବେ ଦୁହେଁ ଡାବୁଗାଁ କୃଷି କାର୍ଯ୍ୟାଳୟ ସମ୍ମୁଖ ରେ ଥିବା ଏକ ନିଛାଟିଆ ପରିତ୍ୟକ୍ତ ଗୃହ ମଧ୍ୟକୁ କୌଣସି କାରଣରୁ ଯାଇଥିଲେ। ହଠାତ୍ ପରିତ୍ୟକ୍ତ ଗୃହ ମଧ୍ୟରେ ଥିବା ଏକ କଂକ୍ରିଟ ଝରକା କାନ୍ଥ ଦୁଇ ଶିଶୁଙ୍କ ଉପରେ ପଡିବାରୁ ମହେଶ ଗୌଡ଼ ଓ ଉମା ଜାନି ଝରକାର କଂକ୍ରିଟ କାନ୍ଥ ତଳେ ଚାପି ହୋଇ ଯାଇଥିଲେ। ଶିଶୁ ମହେଶ ଗୌଡ଼ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଶିଶୁ ଉମା ଜାନି ଉପରେ ଚାପି ହୋଇଥିବା ଝରକାର କଂକ୍ରିଟ କାନ୍ଥରୁ ମୁକୁଳିବା ପାଇଁ ଆକୁଳ ଚିତ୍କାର କରିଥିଲେ। ତେବେ ଏହି ପରିତ୍ୟକ୍ତ ଘର ଏକ ନିଛାଟିଆ ସ୍ଥାନରେ ଥିବାରୁ ଶିଶୁ ଟିର ଚିତ୍କାର କେହି ଶୁଣି ପାରି ନ ଥିଲେ। ଶେଷରେ ସକାଳ ୭ ଟା ସମୟରେ ପରିତ୍ୟକ୍ତ ଗୃହରୁ କିଛି ଚିତ୍କାର ଶବ୍ଦ ଶୁଣି ଆଖ ପାଖ ଅଞ୍ଚଳର ଲୋକେ ଯାଇ ଦେଖିବା ବେଳକୁ କଂକ୍ରିଟ ଝରକା ତଳେ ଦୁଇ ଶିଶୁ ଚାପି ହୋଇ ରହିଥିବା ଦେଖିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଶିଶୁ ଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ଶିଶୁ ମହେଶ ଗୌଡ଼କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଶିଶୁ ଉମା ଜାନିକୁ ଡାହାଣ ଗୋଡରେ ପ୍ରବଳ ଆଘାତ ଲାଗି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି। ଶୌଚ ପାଇଁ ଯାଇ ପୁଅର ଏଭଳି ଅକସ୍ମାତ ମୃତ୍ୟୁ ପରେ ପରିବାର ଓ ସାହି ଲୋକ ଗଭୀର ଶୋକ ପ୍ରକାଶ କରିଛନ୍ତି।ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ