ବିଦ୍ୟାଧରପୁର ଠାରେ ବିଭାଜନସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳିତ
ହାଟଡିହି,(ଓ୍ବାଇଏନଏସ) : ବିଦ୍ୟାଧରପୁର କେନାଲ ଡିଭିଜନ ପକ୍ଷରୁ ବିଦ୍ୟାଧରପୁର ଠାରେ ବିଭାଜନସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। ଅଧିକ୍ଷଣ ଯନ୍ତ୍ରୀ ଭାଗିରଥି ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଜେପି ନେତା ବିବେକାନନ୍ଦ ରାଉତ,ପୂର୍ବତନ ଜିଲ୍ଲା ପରିଷଦ ଟିକି କିସ୍କ, ହଦଗଡ଼ ସରପଞ୍ଚ ପ୍ରତିନିଧି ମଦନ ମୋହନ ନନ୍ଦୀ, ବାଙ୍ଗୋର ସରପଞ୍ଚ ପ୍ରତିନିଧି ବସନ୍ତ ପଢ଼ିଆରୀ, ପ୍ରମୁଖ ଯୋଗଦେଇ ପାଣିପଞ୍ଚାୟତ ପକ୍ଷ ପାଳନ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଚାଷୀମାନଙ୍କ ସହଭାଗିତାରେ କିପରି ସମସ୍ତ ଚାଷୀ ପାଣି ପାଇ ପାରିବେ ତାହା ଉପରେ ବକ୍ତବ୍ୟ ରଖିବା ସହିତ ସଚେତନ କରାଇଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରେ ବିଭାଗ ପକ୍ଷରୁ ହୋଇଥିବା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରଯାଇଥିଲା। ଏହି ଅବସରରେ ପିଲାମାନଙ୍କ ଦ୍ୱାରା ବିଜ୍ଞାନ ମେଳା ଅନୁଷ୍ଠିତ କରାଯାଇଥିଲା l ଏଥିରେ ପଞ୍ଚାୟତର କର୍ମକର୍ତ୍ତା ମାନେ ଯୋଗଦେଇ ଥିଲେ। ସହକାରୀ ନିର୍ବାହୀଯନ୍ତ୍ରୀ ପ୍ରଦୀପ୍ତ ମହାପାତ୍ର, କାହ୍ନୁ ଚରଣ ମାରାଣ୍ଡି ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। ସୁଶାନ୍ତ କୁମାର ଯେନା, ପବିତ୍ର କୁମାର ସୁତାର, ମୋନାଲିଶା ନାଇକ, ପ୍ରିୟଙ୍କା ପାଣି, ଶ୍ୟାମ ସୁନ୍ଦର ହେମ୍ରମ, ଅଜୟ କୁମାର ସା ପ୍ରମୁଖ କାଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ଯନ୍ତ୍ରୀ ସହଯୋଗ କରିଥିଲେ l


