ଗଞ୍ଜାମ ଜିଲ୍ଲା ସ୍ତରୀୟ ସ୍କାଉଟ ଓ ଗାଇଡ୍ କ୍ବାମ୍ପୋରି ଉଦଘାଟିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡର ୩୧ ତମ ଗଞ୍ଜାମ ଜିଲ୍ଲା ସ୍ତରୀୟ କ୍ବାମ୍ପୋରି ‘ବସୁନ୍ଧରା’ ଉଦଘାଟିତ ହୋଇଯାଇଛି। ଜିଲ୍ଲା ସମ୍ପାଦକ ଭାଗିରଥି ସ୍ବାଇଁଙ୍କ ତତ୍ତ୍ଵାବଧାନରେ ଦିଗପହଣ୍ଡି ବ୍ଲକର ପଦ୍ମନାଭପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆବାସିକ ବିଦ୍ୟାଳୟ “ଶ୍ରୀଧାମ” ପରିସରରେ ଆୟୋଜିତ ଏହି କ୍ଯାମ୍ପୋରିକୁ ଭାରତ ସ୍କାଉଟ ଓ ଗାଇଡ୍ସର ଜାତୀୟ ଉପସଭାପତି ଡ଼ଃ. କାଳୀ ପ୍ରସାଦ ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସୋମବାର ଦିନ ଏହାକୁ ଉଦଘାଟନ କରିଥିଲେ। ସେହିପରି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଭାତୀ କୁମାରୀ ମହାପାତ୍ର, ବସନ୍ତ କୁମାର ପଣ୍ଡା, କେଲୁଆପଲି ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ଅଞ୍ଜଳି ପାତ୍ର, ଦିଗପହଣ୍ଡି ବ୍ଲକ୍ ଶିକ୍ଷା ଅଧିକାରୀ ଡ଼ଃ. ଶଙ୍କର ନାରାୟଣ ବେଜ, ପୂର୍ବତନ ଶିକ୍ଷା ଅଧିକାରୀ ରାମଚନ୍ଦ୍ର ବିଷୋୟୀ, ଆବାସିକ ବିଦ୍ୟାଳୟ “ଶ୍ରୀଧାମ” ପ୍ରଧାନ ଆଚାର୍ଯ୍ୟ ଡ଼ଃ. କୃଷ୍ଣଚନ୍ଦ୍ର ଶାସ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମଙ୍ଗଳବାର ଦ୍ବିତୀୟ ଦିବସରେ ଶାରୀରିକ ବ୍ୟାୟାମ,ବ୍ୟାଣ୍ଡ ବାଦନ, ଚିତ୍ରାଙ୍କନ ପ୍ରତିଯୋଗିତା ଆଦି ପୂର୍ବାହ୍ନର ବିଭିନ୍ନ କାର୍ଯ୍ୟକ୍ରମକୁ ରାମହରି ସାହୁ, ଏମ୍.ଶୁକ୍ରୁ ରେଡ୍ଡୀ, ସୁଚିତ୍ରା ପ୍ରଧାନ, ଲବ ପାଣିଗ୍ରାହୀ,ବିକ୍ରମ ମହାରଣା ପ୍ରମୁଖ ପରିଚାଳନା କରିଥିବା ବେଳେ ଅପରାହ୍ନରେ ଖୋଲା ଯାଇଥିବା ଫୁଡ୍ ପ୍ଲାଜା ଓ ଗ୍ରାମ୍ୟ ମେଳାକୁ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର ଉଦଘାଟନ କରି ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ଭିଷ୍ମଗିରି ହାଇସ୍କୁଲ ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକ,ଶ୍ରୀଧାମର ଏନସିସି ଅଫିସର ବିନୋଦ କୁମାର ନାୟକ, ପଦ୍ମନାଭପୁର ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟୁତ ଲତା ମହାରଣା, ରାଧା ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କୁମାରୀ କବିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


