ପରିବାର ଚଳେଇବା ବୟସରେ ରୋଗ ସାଜିଛି ବାଧକ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ପରିବାର ଚେଳେଇବା ବୟସରେ ଦେହରେ ରୋଗ ଟାଣିଛି ଲକ୍ଷ୍ମଣରେଖା | କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅନେକ ଯୋଜନା ରୋଗୀ ମାନଙ୍କ ପାଇଁ ରହିଛି | ମାଗଣା ଚିକିତ୍ସା ଯୋଜନାରେ ମାଗଣା ଔଷଧ ଏପରିକି ପରିବାରକୁ କିଷାନ କାଡ଼ ମଧ୍ୟ ସରକାର ଯୋଗାଇଛନ୍ତି | କିନ୍ତୁ ଏହା ନାକୁ ମାତ୍ର ଏସବୁ ଯୋଜନା ସେହି ପରିବାରର କାମରେ ଲାଗୁନି | ସରକାରଙ୍କ ଦ୍ୱାରା ସେହି ପରିବାରକୁ ରାସନ କାର୍ଡ ଯୋଗାଇଦିଆ ଯାଇଛି | ସେଥିରେ ତାଙ୍କ ପରିବାରକୁ ୨୫ କିଲୋ ଚାଉଳ ଓ ରହିବା ପାଇଁ ଆବାସ ଯୋଜନାରେ ଘର ମଧ୍ୟ ଦିଆଯାଇଛି | ହେଲେ ତାହା ମଧ୍ୟ ଅଧା ପାନ୍ତରା, ଦୁଇଟି ଝିଅ ଜଣକୁ ୧୭ ବର୍ଷ ଅନ୍ୟ ଜଣକୁ ୧୧ ବର୍ଷ ଓ ଗୋଟେ ପୁଅ ୧୩ ବର୍ଷର, ପରିବାରେ ଚଳାଉଥିବା ମୁଖିଆଙ୍କୁ ଏବେ ସ୍ତ୍ରୀର ସାହାରାରେ ଦିନ କାଟିବାକୁ ପଡୁଛି | ସ୍ତ୍ରୀ ପୂର୍ଣ୍ଣବାସୀ ମୋହଙ୍କୁଡ କୁଲି ମଜୁରୀ କରି ପରିବାର ଚଳାଉଛନ୍ତି | କିନ୍ତୁ ଅଧିକ ପଇସା ରୋଜଗାର ନ ହୋଇ ପାରୁଥିବାରୁ ସ୍ୱାମୀଙ୍କ ପାଇଁ ଔଷଧ କିଣିପାରୁ ନାହାନ୍ତି | ସ୍ୱାମୀ ବିପ୍ର ମୋହଙ୍କୁଡ ଯାହା କିଛି ସଞ୍ଚୟ କରି ଟଙ୍କା ରଖିଥିଲେ ତାହା ତାଙ୍କ ଦେହ ସୁସ୍ଥ ପାଇଁ ସରିଗଲା | ଲୋକଙ୍କୁ ଧାର ମାଗି ସ୍ୱାମୀଙ୍କୁ ଭୁବନେଶ୍ୱରର ବିବେକାନନ୍ଦ ମେଡିକାଲରେ ଭର୍ତ୍ତି କରିଥିଲେ | ଡାକ୍ତର ବିପ୍ର ମୋହଙ୍କୁଡଙ୍କୁ ବ୍ରେନ କେନସର ହୋଇଥିବା କହିଥିଲେ | ବହୁତ ସ୍ଥାନରେ ଦେଖାଇବା ପରେ ଶେଷରେ ଧାର ମାଗି ଉକ୍ତ ମେଡିକାଲରେ ଅପରେସନ କରିଥିଲେ ଅପ୍ରସନ ପରଠାରୁ ତାଙ୍କ ଦୁଇ ଗୋଡ ଅଚଳ ହେବା ସହ ଆଖିକୁ ଦେଖାଯିବା କମିଗଲା | ଯାହା ଫଳରେ ପରିବାର ଚଳିବା ମୁସ୍କିଲ ହେଇଯାଇଛି | ଏପରିକି ସରକାର ଦେଇଥିବା କିଷାନ କାଡମଧ୍ୟ କାମରେ ଆସିଲା ନାହିଁ ବର୍ତ୍ତମାନ ଏବେ ପାଖରେ ଟଙ୍କା ନଥିବାରୁ ପରିବାର ଲୋକେ ତାଙ୍କୁ ଅଧିକ ଚିକିତ୍ସା କରିପାରୁ ନାହାନ୍ତି | ତେଣୁ ବିପ୍ର ମୋହଙ୍କୁଡ ପରିବାର ସରକାରଙ୍କୁ ଭତ୍ତା ଓ ମେଡିକାଲ ଚିକିତ୍ସା ପାଇଁ ସାହାର୍ଯ୍ୟ ମାଗୁଛନ୍ତି | ମୋହନା ବିଡିଓ ବଂଶୀଧର ଖୋସଲାଙ୍କ ନିକଟକୁ ଏହି ପରିବାର ଆସି ବିଡିଓ ମହାଶୟଙ୍କୁ ସବୁକଥା ଜଣାଇଥିଲେ ଏହା ସବୁ ଜାଣିବା ପରେ ବିଡ଼ିଓ ମହାଶୟ ଜିଲ୍ଲା ପାଳଙ୍କ ନିକଟକୁ ଏକ ଚିଠି ପଠାଇଥିଲେ | ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ସରକାରଙ୍କୁ ଅନୁରଧ କରିଛନ୍ତି |