ପରିବେଶ ବିଜ୍ଞାନ ଗବେଷକ ଡଃ.ଅବିନାଶଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଆହ୍ୱାନ ଅନୁଷ୍ଠାନ ଓ କେନ୍ଦ୍ରାପଡା ବାଲିଯାତ୍ରା କମିଟିର ମିଳିତ ଆନୁକୁଲ୍ୟରେ ପରିବେଶ ବିଜ୍ଞାନର ଯୁବ ଗବେଷକ ଡଃ.ଅବିନାଶ ପରିଡାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ସହରର ପବ୍ଲିକ ରିଡିଂରୁମ ପରିସରରେ କେନ୍ଦ୍ରାପଡା ବାଲିଯାତ୍ରା କମିଟି ଉପସଭାପତି ଧିରେନ୍ଦ୍ର କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଅଧ୍ୟାପକ ଅଜୟ ସାମଲ,ବାଲିଯାତ୍ରା କମିଟି ସମ୍ପାଦକ ତଥା ସରକାରୀ ଓକିଲ ସଞ୍ଜୟ କୁମାର ଜେନା ଓ ଆହ୍ୱାନ ଅନୁଷ୍ଠାନର ସମ୍ପାଦକ ତଥା ଆଇନଜୀବି ରମଣୀରଞ୍ଜନ ରାଉତରାୟ ପ୍ରମୁଖ ଯୋଗଦେଇ କେନ୍ଦ୍ରାପଡା ମାଟିର ପୁଅ ପରିବେଶ ବିଜ୍ଞାନର ଯୁବ ଗବେଷକ ଡଃ.ପରିଡାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧିତ ପ୍ରତିଭା ଡଃ.ପରିଡା ତାଙ୍କ ବକ୍ତବ୍ୟରେ ଅନେକ ପ୍ରତିକୂଳ ପରିବେଶ ତଥା ବଣଜଙ୍ଗଲ ଦୁର୍ଗମ ଅଂଚଳରେ ଦୀର୍ଘ ୫ବର୍ଷ ଧରି ସ୍ଥାନୀୟ ପରିବେଶ,ଜୈବ ବିବିଧତା ସମ୍ପର୍କରେ କଷ୍ଟସାଧ୍ୟ ଗବେଷଣା କରି ସଫଳତା ପାଇଥିବା ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମପଂଚାୟତର ବଳଭଦ୍ରପୁର ଗ୍ରାମର ଅନ୍ତର୍ଯ୍ୟାମୀ ପରିଡା ଓ ବାସନ୍ତୀ ପରିଡାଙ୍କ ସୁପୁତ୍ର ଯୁବ ଗବେଷକ ଡଃ.ପରିଡାଙ୍କ ଏହି ଗବେଷଣାର ପ୍ରମୁଖ ସନ୍ଦର୍ଭ “ବିରଳ ପ୍ରଜାତିର ମାଙ୍କଡଙ୍କ ପରିସଂଖ୍ୟାନ ଓ ଜୀବନଶୈଳୀ” ଉପରେ ମିଜୋରାମ ବିଶ୍ୱ ବିଦ୍ୟାଳୟରୁ ଡଃ.ପରିଡା ପି.ଏଚ.ଡି. ପ୍ରାପ୍ତ ହୋଇଥିବା ଏବଂ ତାଙ୍କର ଏହି ସନ୍ଦର୍ଭଟି ୟୁ.ଜି.ସି.ମାନ୍ୟତା ପ୍ରାପ୍ତ ହେବାପରେ ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟ ହୋଇଥିବା ଅତ୍ୟନ୍ତ ଖୁସିର ବିଷୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଡଃ.ପରିଡାଙ୍କ ଏହି ସଫଳତା କେନ୍ଦ୍ରାପଡା ମାଟିକୁ ଗୈାରବାନ୍ୱିତ କରିଛି ବୋଲି ବକ୍ତାମାନେ କହିଥିଲେ । କୋଭିଡ -୧୯ ନିୟମକୁ ଅନୁପାଳନ ପୂର୍ବକ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଆଇନଜୀବି ଗଗନ ବିହାରି ଜେନା, କାନ୍ତିପ୍ରଭା ନାୟକ, ନନ୍ଦିନୀ ସ୍ୱାଇଁ, ବାବାଜୀ ଧଳ, ବିଜୟ କୁମାର ପରିଡା, ସାମ୍ବାଦିକ ଆଶିଷ ସେନାପତି, ଚିତ୍ତରଞ୍ଜନ ଦାସ, କିଶୋର ପ୍ରଧାନ, ଗୋଲଖ ସେଠୀ, ସତ୍ୟବ୍ରତ ସିଂ, ବସନ୍ତ କୁମାର ବାରିକ, କାଶିନାଥ ସାହୁ, ସୁଧାଂଶୁବାଳା ପରିଡା, କ୍ଷିରୋଦ କୁମାର ଖଟୁଆ, ଜାମିନିକାନ୍ତ ଭୂୟାଁ, ଗରୋଦା ଚନ୍ଦ୍ର ଦାସ, ଅମରବର ବିଶ୍ୱାଳ, ଅବଧୁତ ରାଉତ, ବାଦଲ ପରିଡା, ବର୍ଷା ପରିଡା, ବିଜୟ କୁମାର ବେହେରା, ପ୍ରଦୀପ୍ତ କିଶୋର ମୁଦୁଲି, ପ୍ରଭାତ କୁମାର ପରିଡା, ନଗେନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ଡଃ.ପରିଡାଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ଶେଷରେ ଆଦିକନ୍ଦ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ ।