ବୃଦ୍ଧା ନିଖୋଜ ମାମଲା ; ତଦନ୍ତ ପାଇଁ ଥାନା ଅଧିକାରୀଙ୍କୁ ସ୍ମାରକ ପତ୍ର

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ବ୍ଳକ ବଡ଼ ଡୁମ୍ବୁଳା ପଞ୍ଚାୟତ ଛଣବଗଡ ଗାଁ ର ଜଣେ ବୃଦ୍ଧା ସାଇବାଣୀ ମଲ୍ଲିକ ଗତ ୧୨ ତାରିଖ ଠାରୁ ଘରୁ ନିଖୋଜ ଥିବା ଅଭିଯୋଗ ହୋଇଛି।ଏନେଇ ବୃଦ୍ଧା ଙ୍କ ସମ୍ପର୍କୀୟ ହେମଲତା ମଲ୍ଲିକ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।ପୋଲିସ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ପ୍ରତିବାଦରେ ମଙ୍ଗଳବାର ଭାଜପାର ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ ଏବଂ ଜିଲା ଉପସଭାପତି ପରେଶ ଚନ୍ଦ୍ର ରଥଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଗ୍ରାମବାସୀ ଦିଗପହଣ୍ଡି ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କ ଅନୁପସ୍ଥିତି ରେ ଏସ ଆଇ ବଳଭଦ୍ର ଗଣ୍ଡ ଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି।ସ୍ମାରକପତ୍ର ପ୍ରଦାନ ସମୟରେ ବୃଦ୍ଧା ଙ୍କ ସମ୍ପର୍କୀୟ ହେମଲତା ମଲ୍ଲିକ, ନାରାୟଣ ମଲ୍ଲିକ, ଆଲୋକ ନାୟକ ଙ୍କ ସମେତ ସିମାଞ୍ଚଳ ସାସମଲ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ