ପାଇଖାନା ଟାଙ୍କି ସଫା ବେଳେ ଅଘଟଣ, ଶ୍ବାସରୁଦ୍ଧ ହୋଇ ୩ ମୃତ

ଗୁଣପୁର( ୱାଇଏନଏସ ); ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଗୁଲୁଗୁଡା ପଞ୍ଚାୟତର ତାରପାଗୁଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ  ନିର୍ମିତ ଘରର ନୂଆ ପାଇଖାନା ଟାଙ୍କି ସଫା କରିବାକୁ ଯାଇ  ତିନି ଜଣଙ୍କ  ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ମିସ୍ତ୍ରୀ ଓ ଜଣେ ଦିନ ମଜୁରିଆ ଥିବା ଜଣାପଡ଼ିଛି । ମୃତକମାନେ ହେଲେ ପଦ୍ମପୁର ଥାନା କେନ୍ଦୁଗୁଡା ନିକଟ ଜୀବଜଗତପୁର ଗାଁର ହରିଶ୍ଚନ୍ଦ୍ର ବିର ( ୪୬ ), ପ୍ରକାଶ ଲିମା ( ୪୫ ) ଓ ଆଲୋକ କରାଡ ( ୪୭ ) ବୋଲି ଜଣାପଡିଛି। ଖବର ନେବାରେ ଜଣାପଡିଛିଯେ  ପଦ୍ମପୁର ଥାନା ଗୁଲୁଗୁଡା ପଞ୍ଚାୟତ ତାରପାଗୁଡା ଗାଁର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ବିଶ୍ଵନାଥ ବାରିକଙ୍କ ନୂଆ ଘରର ନିର୍ମିତ ପାଇଖାନା ଟାଙ୍କି ସଫା କରିବା ପାଇଁ ୩ ଜଣ ଟାଙ୍କି ଭିତରକୁ ଯାଇଥିଲେ। ହେଲେ ଟାଙ୍କି ଭିତରେ ଅଙ୍ଗାରକାମ୍ଳ ଗ୍ୟାସ ରହିଥିବାରୁ  ସେମାନଙ୍କ ଶ୍ୱାସରୁଦ୍ଧ ହୋଇ ତିନିଜଣ ଅସୁସ୍ଥ ହୋଇ ଅଚେତ ହୋଇ ପଡ଼ିଥିଲେ । ଏହି ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପଦ୍ମପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟାଙ୍କି ଭିତରୁ ତିନିଜଣଙ୍କୁ ଉଦ୍ଧାର କରିଥିଲେ । ତୁରନ୍ତ ସେମାନଙ୍କୁ ପଦ୍ମପୁର ହାସପାତଳ ସ୍ଥାନାନ୍ତରିତ କରିଥିଲେ ମଧ୍ୟ ଡାକ୍ତର ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି  ୩ ଜଣଙ୍କ ଶ୍ବାସରୂଦ୍ଧ ହୋଇ ମୃତ୍ୟୁ ଘଟିଥିବା ଘୋଷଣା କରିଥିଲେ।  ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତ ମୃତଦେହକୁ ରଖାଯାଇଛି।ପରେ ଘଟଣାସ୍ଥଳରେ ପଦ୍ମପୁର ପୋଲିସ ପହଞ୍ଚି କେଉଁ ପରିସ୍ଥିତିରେ ସେମାନଙ୍କର ମୃତ୍ୟ ଘଟିଛି ସେ ଉପରର ତଦନ୍ତ ଆରମ୍ଭ କରୁଛି।  ଖବର ପାଇ ଘଟଣାସ୍ଥଳରେ ବିଧାୟକ ସତ୍ୟଜିତ ଗମାଙ୍ଗ ପହଞ୍ଚି ମୃତକ ପରିବାର ଲୋକଙ୍କ ପରିବାର ଵର୍ଗଙ୍କୁ ସମବେଦନା ଜଣାଇ ଛନ୍ତି। ମୃତକ ସମସ୍ତେ ଗରିବ ପରିବାରର ହୋଇଥିବାରୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ବିଧାୟକ ଶ୍ରୀ ଗମାଙ୍ଗ ରାୟଗଡା ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି।ଏହି ଅଭାବନୀୟ ଘଟଣାକୁ ନେଇ ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଉଲେଖଯୋଗ୍ୟଯେ ଏହିପରି ପାଇଖାନା ଟାଙ୍କି ସଫା କରିବା ସମୟରେ ଟାଙ୍କି ମଧ୍ୟରେ ଅଙ୍ଗାରକାମ୍ଳ ଗ୍ୟାସ ଯୋଗୁଁ  ଶ୍ରମିକ ମାନେ ମୃତ୍ୟୁ ବରଣ କରିଥିବା ଭଳି  ଅନେକ ଘଟଣା ରାୟଗଡା ଜିଲ୍ଲାରେ ପୂର୍ବରୁ ଘଟିଛି। ଏହାସତ୍ତ୍ୱେ ବି ବିନା ପରୀକ୍ଷାରେ ପାଇଖାନା  ଟାଙ୍କିରେ ପଶିବା ଯୋଗୁଁ ଶ୍ବାସରୁଦ୍ଧ ହୋଇ ଅକାଳରେ ଶ୍ରମିକ ମାନଙ୍କ ଜୀବନ ଚାଲିଯାଉଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ