ଜଙ୍ଗଲ ମଧ୍ୟରେ ଲୁଚାଇ ରଖିଥିବା 375 କିଲୋଗ୍ରାମ ଗଞ୍ଜେଇ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ପାଇଁ ବେଆଇନ ମଦ ଓ ଗଞ୍ଜେଇ କାରବାରକୁ ଜିଲ୍ଲାରୁ ହଟାଇବା ପାଇଁ ସାରା ଜିଲ୍ଲାରେ ପୋଲିସ ପକ୍ଷରୁ ପୋଲିସ ପେଟ୍ରୋଲି ବ୍ୟବସ୍ଥାକୁ କଡାକଡି କରାଯାଇଛି. ଏହି ପରିପ୍ରେକ୍ଷୀରେ ଅଡବା ପୋଲିସ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଶିଆଳିଲଟି ଗ୍ରାମ ନିକଟ ଜଙ୍ଗଲ ଅଞ୍ଚଳରେ ଏକ ସନ୍ଧାନ ପୂର୍ବକ ଚଢ଼ାଉ କରିଥିଲେ । ଏହି ଚଢାଉ ଅଭିଯାନ ସମୟରେ, ପୋଳିସ ୧୫ ଗୋଟି ପ୍ଲାଷ୍ଟିଳ କରି ବ୍ୟାଗ ପରିତ୍ୟକ୍ତ ସ୍ଥାନରେ ଲୁଚାଇ ରଖା ଯାଇଥିଲା । ପୋଲିସ ପକ୍ଷରୁ ସେହି ଜରିବ୍ୟାଗ ଗୁଡ଼ିକ ଚିହ୍ନଟ କରି ସେସବୁକୁ ସନ୍ଦେହରେ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ଜଣା ପଡିଥିଲା ଯେ, ସେଥିରେ ଚୋରା ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ କରାଯିବା ପାଇଁ ଜଙ୍ଗଲ ମଧ୍ୟରେ ଲୁଚାଇ ରଖା ଯାଇଥିଲା. ଓଜନ କରିବା ପରେ ଜଣାଗଲା ଏଥିରେ 375 କିଲୋ ଗ୍ରାମ ଓଜନର ଗଞ୍ଜେଇ ରହିଛି. ଏହାର ଆନୁମାନିକ ମୂଲ୍ୟ ପ୍ରାୟ 2 କୋଟି ଟଙ୍କା ହେବ. ଏହି ଘଟଣାରେ ଅଡବା ଥାନା କେସ ନଂ 190 ରେ ମକଦ୍ଦ୍ୱମା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।


