ବ୍ଲକ ଶିକ୍ଷା ଅଧିକାରୀ ନିଲମ୍ବିତ

ହାଟଡିହି (ଓ୍ବାଇଏନଏସ) :ହାଟଡିହି ବ୍ଲକର ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ରାଜିବ ଦଳେଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏସ୍‌.ଆଇ.ଆର୍‌ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏହି ନିଲମ୍ବନ ଆଦେଶ ଜାରି ହୋଇଥିବା ଜଣାପଡ଼ିଛି। ତେବେ ନିଲମ୍ବନର ପ୍ରକୃତ କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ନିଲମ୍ବନ ଆଦେଶ ପାଇବା ପରେ ବିଇଓ ରାଜିବ ଦଳେଇ ଚିଠିଟି ନେଇ କାର୍ଯ୍ୟାଳୟ ଛାଡ଼ି ଚାଲିଯାଇଥିବାରୁ ତାଙ୍କର ମତାମତ ନିଆଯାଇପାରିନାହିଁ। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ନମ୍ବର ୨୩୨୭୦, ତାରିଖ ୭/୯/୨୦୨୬ ଅନୁଯାୟୀ ବିଇଓ ରାଜିବ ଦଳେଇଙ୍କୁ ନିଲମ୍ବିତ କରାଯାଇଥିବା ସେ କହିଥିଲେ। ଏସ. ଆଇ ଆର କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ଗଣଶିକ୍ଷା ବିଭାଗର କମିଶନର କମ ସେକ୍ରେଟାରୀ ତାଙ୍କୁ ନିଲମ୍ବିତ କରିଥିବା ସେ କହିଛନ୍ତି। ଅନ୍ୟପକ୍ଷରେ, ହାଟଡିହି ବିଇଓଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଅନିୟମିତତା ନେଇ ଅଭିଯୋଗ ହୋଇଆସୁଥିବା କୁହାଯାଉଛି। ଶିକ୍ଷକମାନଙ୍କୁ ଡେପୁଟେସନ୍‌ ନାମରେ ନିୟମ ବହିର୍ଭୂତ ଭାବେ ବଦଳି କରାଯିବା, ଏସ୍‌.ଆଇ.ଆର୍‌ କାର୍ଯ୍ୟରେ ନିୟୋଜିତ ଶିକ୍ଷକମାନଙ୍କୁ ଇଚ୍ଛାମୁତାବକ ବଦଳି କରାଯିବା, ନିୟମିତ ଭାବେ କାର୍ଯ୍ୟାଳୟରେ ଉପସ୍ଥିତ ନରହିବା ଏବଂ ବିଦ୍ୟାଳୟ ତଦାରଖରେ ଅବହେଳା କରିବା,  ଭଳି ଅଭିଯୋଗ ତାଙ୍କ ବିରୋଧରେ ରହିଥିବା ଜଣାପଡ଼ିଛି। ଏପରିକି ଏସବୁ ଅଭିଯୋଗ ନେଇ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଥିଲା। ତେବେ ଏସବୁ ଅଭିଯୋଗ ମଧ୍ୟରୁ କେଉଁ କାରଣକୁ ଆଧାର କରି ରାଜିବ ଦଳେଇଙ୍କୁ ନିଲମ୍ବିତ କରାଯାଇଛି, ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ନିଲମ୍ବନ ଆଦେଶର ସମ୍ପୂର୍ଣ୍ଣ ବିବରଣୀ ସାର୍ବଜନୀନ ହେଲେ ଏହାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ