ପାକିସ୍ତାନର ଦାବିକୁ ଭାରତୀୟ ବାୟୁସେନାର ଖଣ୍ଡନ

ଇସଲାମାବାଦ: ଭାରତୀୟ ବାୟୁସେନା ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ବିମାନ ଆକ୍ରମଣ କରିବା ପରେ ଉଭୟ ଦେଶ ମଧ୍ୟରେ ଛକାପଞ୍ଛା ଆରମ୍ଭ ହୋଇଛି। ସୀମାନ୍ତରେ ଏକପ୍ରକାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ବୁଧବାର ଭାରତୀୟ ଆକାଶ ସୀମା ଉଲ୍ଲଂଘନ କରିଥିବା ପାକ୍‌ ବାୟୁସେନାର ଏଫ-୧୬ ଯୁଦ୍ଧ ବିମାନକୁ ଭାରତ ଖସାଇଦେବା ପରେ ପାକ୍‌ ମଧ୍ୟ ଅନୁରୂପ ଦାବି କରିଛି। ପାକିସ୍ତାନ ସେନା ନିୟନ୍ତ୍ରଣ ରେଖା ପାର କରିଥିବା ୨ଟି ଭାରତୀୟ ଯୁଦ୍ଧ ବିମାନକୁ ଖସାଇ ଦେଇଥିବା ପାକ୍‌ ସେନାର ଜେନେରାଲ ଏମ୍‌. ଗଫୁର ଦାବି କରିଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ସେନା ଭାରତର ୨ଟି ଯୁଦ୍ଧ ବିମାନକୁ ଖସାଇ ଦେଇଛନ୍ତି। ଗୋଟିଏ ବିମାନ ପିଓକେରେ ଖସିପଡ଼ିଥିବା ବେଳେ ଅନ୍ୟଟି ଭାରତୀୟ ନିୟନ୍ତ୍ରଣ ରେଖା ମଧ୍ୟରେ ଖସିଛି। ପିଓକେରେ ଖସିଥିବା ବିମାନର ଜଣେ ପାଇଲଟଙ୍କୁ ଗିରଫ କରାଯାଇଥିବା ସେ ଦାବି କରିଛନ୍ତି। ଅନ୍ୟପଟେ ଜାମ୍ମୁ-କାଶ୍ମୀରର ବୁଡମାଗରେ ଭାରତର ମିଗ୍‌-୧୭ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ପାଇଲଟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଉଥିବା ବେଳେ ପାକିସ୍ତାନର ଦାବି ପରେ ବିମାନଟି ଆକ୍ରମଣର ଶିକାର ହୋଇ ଖସିପଡ଼ିଥିବା ସନ୍ଦେହ କରାଯାଉଛି। ତେବେ ଭାରତୀୟ ବାୟୁସେନା ପାକିସ୍ତାନର ଦାବିକୁ ଖଣ୍ଡନ କରିଛି। ଭାରତର କୌଣସି ବିମାନ ପାକିସ୍ତାନ ଖସାଇ ନାହିଁ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ