ପାଟକୁରା ନିର୍ବାଚନ ନିମନ୍ତେ ବିଜେଡି ଜିଲ୍ଲା ସଭାପତିଙ୍କ ସହ କର୍ମକର୍ତ୍ତାଙ୍କ ଆଲୋଚନା

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ) – ପାଟକୁରା ବିଧାନସଭା ନିର୍ବାଚନ ନିମନ୍ତେ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ସହ ଦଳୀୟ କର୍ମକର୍ତ୍ତାମାନେ ଏକ ବୈଠକରେ ବସି ଆଲୋଚନା କରୁଛନ୍ତି । ଦଳର ବିଧାୟିକା ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲ କିଭଳି ଅଧିକରୁ ଅଧିକ ଭୋଟପାଇ ଜୟଯୁକ୍ତ ହେବେ ସେ ସମ୍ପର୍କରେ ଜିଲ୍ଲା ସଭାପତି ଶ୍ରୀ ତରାଇ ଦଳୀୟ କର୍ମକର୍ତ୍ତାମାନଙ୍କୁ ବିଜୟ ମନ୍ତ୍ର ପ୍ରଦାନ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଛାତ୍ର ବିଜୁ ଜନତାଦଳର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ଦାସ, ରାଜ୍ୟ କୃଷକ ବିଜୁ ଜନତାଦଳର ସାଧାରଣ ସମ୍ପାଦକ ଉମା ସାମନ୍ତରାୟ, ଜିଲ୍ଲା ସଭାପତି ସୈାମେନ୍ଦ୍ର କୁମାର ଦାସ, ଜିଲ୍ଲା ଯୁବ ବିଜେଡି କାର‌୍ୟ୍ୟକାରୀ ସଭାପତି ସରୋଜକାନ୍ତ ସାହୁ, ଜିଲ୍ଲା ଉପସଭାପତି ନିରଞ୍ଜନ ସାହୁ, ଜିଲ୍ଲା ଯୁବ ସମ୍ପାଦକ ସୂର‌୍ୟ୍ୟ ମହାନ୍ତି, ରାଜ୍ୟ ସମ୍ପାଦକ ସୈାମ୍ୟରଞ୍ଜନ ସିଂ, ଜିଲ୍ଲା ସମ୍ପାଦକ ଦେବାଶିଷ ପଣ୍ଡା, ଗୈାତ୍ତମ ସ୍ୱାଇଁ, ଜିଲ୍ଲା କାର‌୍ୟ୍ୟକାରୀ ସଭାପତି ଅକ୍ଷୟ ମେକାପ, ବିଜେଡି ନଗର ମହିଳା ସଭାନେତ୍ରୀ ଜ୍ୟୋତିର୍ମୟୀ ମହାପାତ୍ର, ଯୁବ ନଗର ସଭାପତି ସୁରେଶ ମର୍ଦ୍ଦରାଜ, ଜିଲ୍ଲା କାର‌୍ୟ୍ୟକାରୀ କମିଟି ସଦସ୍ୟ କିଶୋର ମହାରଣା, ସରୋଜ ମହାନ୍ତି, ଦେବଜ୍ୟୋତି ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ