ପାଟପୁର ଠାକୁରାଣୀ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ପଞ୍ଚାୟତ ରେ ଗ୍ରାମର ଅଧିଷ୍ଟ୍ରାତ୍ରି ଦେବୀ ମାଁ ବୁଢ଼ୀ ଠାକୁରାଣୀ ଙ୍କ ଆସନ୍ତା ୧୬ ତାରିଖଠାରୁ ହେବାକୁ ଥିବା ଯାତ୍ରା ପାଇଁ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଯାତ୍ରା ସଭାପତି ଟି ବାବୁ ସୁବୁଦ୍ଧି ଙ୍କ ସଭାପତିତ୍ବ ରେ ଆୟୋଜିତ ବୈଠକ ରେ ଯାତ୍ରା କମିଟି ଉପଦେଷ୍ଟା ସଂକର୍ଷଣ ସ୍ବାଇଁ,ବାଳକୃଷ୍ଣ ଚୌଧୁରୀଙ୍କ ଯୋଗଦେଇ ଏହି ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳା ରେ ଆରମ୍ଭ ହୋଇ ନିର୍ଦ୍ଧାରିତ ସମୟରେ ମାଆ ଙ୍କୁ ମନ୍ଦିରରେ ପ୍ରବେଶ ହେବେ ସେନେଇ ପରିଚାଳନା କମିଟି, ସହଯୋଗୀ କମିଟି ଙ୍କ ସହିତ ସ୍ଵେଛା ସେବୀ ଓ ଯୁବ ଗୋଷ୍ଠି ମାନଙ୍କ ସହିତ ଆଲୋଚନା କରାଯାଇଥିଲା। ଯାତ୍ରା ରେ ଜନସାଧାରଣ ଙ୍କୁ ପାନୀୟ ଜଳ ପାର୍କିଂ ବ୍ୟବସ୍ଥା ଆଲୋକି କାରଣ ନେଇ ଲୋକଙ୍କ ସୁବିଧା ରେ ଯାତ୍ରା ଦେଖି ବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରାମାୟଣ ,ରଜାନାଟକ ମହାଭାରତ,ଭାରତଳିଳା, କଳାକୁଞ୍ଜ, ମେଢ଼, ଓ ମିନବଜାର ବାଜାବାଜାଣା ପଟୁଆର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କୁ ଅଞ୍ଚଳରୁ ଦେଖିବା ପାଇଁ ୨୦ ହଜାରରୁ ଉର୍ଦ୍ଧ୍ଵ ଲୋକ ଦେଖି ପାଇଁ ଆସିଥାନ୍ତି ।ସେମାନଙ୍କୁ ଗ୍ରାମବାସୀ ଙ୍କ ତରଫରୁ ସମସ୍ତ ସୁବିଧା ଯୋଗାଇବା ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା | ମାଆ ଙ୍କୁ ଭକ୍ତଙ୍କ ଦର୍ଶନ ନୀତି ନିୟମ ପାଳନ ଠାରୁ ଆରମ୍ଭ କରି ଲୋକମାନେ ସହଯୋଗ ସମସ୍ତଙ୍କ ସହ ଆଲୋଚନା କରିଥିଲେ | ଏହି ପ୍ରସ୍ତୁତି ବୈଠକ ରେ ଯାତ୍ରା କମିଟି ର ସମ୍ପାଦକ ପ୍ରଶାନ୍ତ କୁମାର ସ୍ବାଇଁ, କୋଷାଧ୍ୟକ୍ଷ ରଘୁନାଥ ବେହେରା , ଉପ ସଭାପତି ଦିବାକର ପାଢ଼ୀ, ଉପ ସମ୍ପାଦକ ଅରୁଣ ଖୁଣ୍ଟିଆ, ପାଟପୁର ସରପଞ୍ଚ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ବରାଡ, ସମିତି ସଭ୍ୟ ପ୍ରତିନିଧି ଶୁକଦେବ ସ୍ୱାଇଁ, ସୁକାନ୍ତ କୁମାର ଖୁଣ୍ଟିଆ, ପଦ୍ମ ଲୋଚନ ପାଣିଗ୍ରାହୀ ଏ.ନରେନ୍ଦ୍ର ରେଡି, ଅଶୋକ କୁମାର ସାବତ, ସିମାଞ୍ଚଳ ସେଠୀ, ରଞ୍ଜନ କୁମାର ଖୁଣ୍ଟିଆ, ଏନ୍.ମାଧବ ରେଡି, ଅଚୁତ୍ୟ ନନ୍ଦ ସାମଲ, ଗୌର ହରି ସାହୁ, ନିତ୍ୟାନନ୍ଦ ସାହୁ, ଏମ ବୁଲା ରେଡି ଙ୍କ ସମେତ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


