ପାଣି ଟାଙ୍କି ପାଲଟିଛି ସରୀସୃପ ମାନଙ୍କ ବାସସ୍ଥଳୀ
ଜଗତସିଂହପୁର,(ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତର ବାଖରାବାଜ ଗ୍ରାମର ପାଣିଟାଙ୍କି ସରୀସୃପ ମାନଙ୍କ ବାସସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି । ବାଲିକୁଦା ଜଳଯୋଗାଣ କାର୍ଯ୍ୟଳୟରୁ ୪ କିମି ଦୂରରେ ଏହି ପାଣିଟାଙ୍କିଟି ରାସ୍ତା କଡରେ ରହିଛି । ଯେ କୌଣସି ପଥଚାରୀ ଏହି ଦୃଶ୍ୟ ଦେଖି ପାରିବେ । କିନ୍ତୁ ବାଲିକୁଦା ଜଳ ଯୋଗାଣ ବିଭାଗ କର୍ମଚାରୀମାନେ ଏହି ପାଣିଟାଙ୍କି ଅବସ୍ଥା ଦେଖି ନ ପାରିବା ଅତ୍ୟନ୍ତ ବିଡମ୍ବନା ବିଷୟ ବୋଲି ଚର୍ଚ୍ଚା ଚାଲିଛି। ପ୍ରାୟ ପ୍ରତି ପଞ୍ଚାୟତରେ ଜଳ ଯୋଗାଣ ଓ ନଳକୂପ ମରାମତି ପାଇଁ ଦୁଇ ତିନି ଜଣ କର୍ମଚାରୀ ନିଯୁକ୍ତି ପାଇଛନ୍ତି। ସେମାନେ ମଧ୍ୟ ନିଜ ନିଜର କାମକୁ ସୂଚାରୁ ରୂପେ ସମ୍ପାଦନ କରୁନାହାଁନ୍ତି ବୋଲି ଏହି ପାଣିଟାଙ୍କିରୁ ଜଣାପଡୁଛି । ସେହିପରି ବାଲିକୁଦା ଜଳଯୋଗାଣ ବିଭାଗ ପକ୍ଷରୁ ପଞ୍ଚାୟତ ମାନଙ୍କରେ ସ୍ଥାପନ କରାଯାଇଥିବା ପ୍ରକଳ୍ପ ଗୁଡ଼ିକୁ ତଦାରଖ କରାଯାଉ ନାହିଁ ବୋଲି ଜଣାପଡିଛି । ତେବେ ଏତେ କର୍ମଚାରୀ କଣ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହେଉଅଛି।