ପାରଳା ଗୁଣ୍ଡିଚାବାଡିରେ ବିଜେଡିର ପୌରରାଞ୍ଚଳ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡି ଠାରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପୌରାଞ୍ଚଳ କର୍ମକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଜପତି ଜିଲ୍ଲା ଛାତ୍ର ବିଜେଡି ପର୍ଯ୍ୟବେକ୍ଷକ ବିନାୟକ ପଲେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଜିଲ୍ଲା ଯୁବ ସଭାପତି ଏସ୍.ଲିଙ୍ଗରାଜୁ, ନଗର ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ, ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀକାନ୍ତ ପରିଛା, ଜିଲ୍ଲା ଛାତ୍ର ସଭାପତି ବିଶ୍ୱଜିତ ତ୍ରୀପାଠୀ ପ୍ରମୁଖ ମଞ୍ଚାସୀନ ହୋଇ ନିଜ ନିଜର ମତ ବ୍ୟକ୍ତ କରିଥିଲେ । ଏହା ସହ ଜିଲ୍ଲାରେ ଯୁବ ସମାଜ ଏବଂ ଛାତ୍ର ସମାଜକୁ ମଜବୁତ କରିବା ସହ କିପରି ସୁଦୃଢ ହୋଇପାରିବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା । ଆଗାମୀ ପଞ୍ଚାୟତ ଏବଂ ପୌରନିର୍ବାଚନ ପାଇଁ ମଧ୍ୟ ଆଲୋଚନା ହୋଇଥିବାର ଜଣାପଡିଛି ।


