ପାରଳା ଦେଇ ଚାଲିଲା ମେମୁ ଟ୍ରେନ, ରାତି ଅଧରେ ସ୍ୱାଗତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଦେଇ କଟକ-ଗୁଣୁପୁରୁ ମେମୁ ଟ୍ରେନ ଚଳାଚଳ ଆରମ୍ଭ କରିଛି | ବୁଧବାର ମଧ୍ୟରାତ୍ରରୁ ଚଳାଚଳ କରିଥିବା ଉକ୍ତ ଟ୍ରେନକୁ ବହୁ ଲୋକେ ସ୍ବାଗତ କରିଥିବାର ଜଣାପଡିଛି | ପାରଳା ସହରରେ ୧୨.୦୪ରେ ପହଞ୍ଚିଥିବା ବେଳେ କାଶୀନଗର ସହରରେ ୧୨.୫୦ରେ ପହଞ୍ଚିଥିଲା  | ଏହି ଟ୍ରେନକୁ ସ୍ୱାଗତ କରିବାପାଇଁ ସହରର ବହୁ ବୁଦ୍ଧିଜୀବୀଙ୍କ ସମେତ ଜନସାଧାରଣ ପହଞ୍ଚିଥିବା ବେଳେ କାଶୀନଗର ଠାରେ ପ୍ରଶାନ୍ତ ମିଶ୍ର, ରବୀନ୍ଦ୍ର କୁମା ପଣ୍ଡା, ତ୍ରିନାଥ ନାୟକ, ଭାସ୍କର ସାମନ୍ତରାୟ, ସୁରେନ୍ଦ୍ର ସାହୁ, ପ୍ରଶାନ୍ତ ସାହୁ, ଭି. ଚଲପତି, ଏମ୍. ଶ୍ରୀନିବାସ ରାଓ, ସୁଜନ କୁମାର, ଆର୍.ଲୋକନାଧମ ପ୍ରମୁଖ ସ୍ବାଗତ କରିଥିଲେ | ପ୍ରକାଶ ଯୋଗ୍ୟ ଯେ,କିଛି ଦିନ ପୂର୍ବେ ପୂର୍ବତଟ ରେଳ ବିଭାଗର ବିଶାଖାପାଟଣା ଡିଭିଡନର ଡିଆରଏମ୍ ଅନୁପ କୁମାର ଶତପଥୀ ପାରଳାଖେମୁଣ୍ଡି ଓ କାଶୀନଗର ଗସ୍ତରେଆସିଥିଲେ | ସେତେବେଳେ ଉଭୟ ସହରର ବାସିନ୍ଦାମାନେ ସ୍ମାରକପତ୍ର ପ୍ରଦାନ କରି ଭୁବନେଶ୍ବର କଟକ, ବ୍ରହ୍ମପୁର ଆଦିକୁ ସିଧାସଳଖ ଟ୍ରେନ ଚଳାଚଳ ନିମନ୍ତେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା | ଏହା ସହ ଗଜପତି ଜିଲ୍ଲାର ସମସ୍ତ ଷ୍ଟେସନରେ ରହଣି ପାଇଁ ମଧ୍ୟ ଉଲ୍ଲେଖ ରହିଥିଲା | ଏହାକୁ ଭିତ୍ତି କରି ଡିଆରଏମ୍ ଶ୍ରୀ ଶତପଥୀ ଉପସ୍ଥାପିତ ଦାବୀ ଗୁଡିକ ପୂରଣକରିବାପାଇଁ ପଦକ୍ଷେପ ନେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ