ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷାରେ ସେଞ୍ଚୁରିୟନ୍ ଛାତ୍ରଛାତ୍ରୀଙ୍କ ସଫଳତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିୟନ୍ ପବ୍ଲିକ ସ୍କୁଲର ସଫଳତାରେ ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ି ହୋଇଛି । ସିବିଏସଇଦ୍ଵାରାପ୍ରକାଶ ପାଇଥିବା ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଇଶ୍ରିତା ମିଶ୍ର ୯୩.୬ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଗୌତମ ଚରିତ ୯୩.୨ ପ୍ରତିଶତ,ପୂର୍ଣ୍ଣିମା ପଟ୍ଟନାୟକ ୯୨.୪ ପ୍ରତିଶତ , ରୋଜାଲିନ ପଣ୍ଡା ୯୦.୮ ପ୍ରତିଶତ ଏବଂ ବିବେକ ପାତ୍ର ୯୦.୬ ପ୍ରତିଶତ ନମ୍ବର ରଖିଛନ୍ତି । ସେହିପରି ଦଶମ ଶ୍ରେଣୀ ପରୀକ୍ଷାରେ ରାହୁଲ ଗୌଡ଼ ୯୮.୮ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତନିଶା ପାତ୍ର୯୮.୨ ପ୍ରତିଶତ , ଆଶିଷପାଣିଗ୍ରାହୀ ୯୩.୪ ପ୍ରତିଶତ , ଶ୍ରୀସାଇ ଶ୍ରୀନିବାସ ପଣ୍ଡା ୯୩ପ୍ରତିଶତ ନମ୍ବର ରଖିଛନ୍ତି।ଦଶମ ଶ୍ରେଣୀ ପରୀକ୍ଷାରେମୋଟ ୧୧୩ଜଣ ପରୀକ୍ଷାର୍ଥୀଙ୍କମଧ୍ୟରୁ ୧୪ଜଣ ପରୀକ୍ଷାର୍ଥୀ ୯୦ପ୍ରତିଶତରୁ ଅଧିକା ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଶତ ପ୍ରତିଶତ ସଫଳତା ହାସଲ କରିଥିବାରୁ ସମସ୍ତ ବିଦ୍ୟାର୍ଥୀମାନଙ୍କୁ ବିଦ୍ୟାଳୟର ଭାଇସ୍ ପ୍ରେସିଡେଣ୍ଟ ଡି.ଏନ୍.ରାଓ, ପ୍ରିନ୍ସିପାଲ୍ ଶ୍ରୀମତୀ ସୁନୀତା ପାଣିଗ୍ରାହୀ, ଆଞ୍ଚଳିକ ନିର୍ଦ୍ଦେଶକ ସମ୍ବିତ ପାତ୍ର , ପ୍ରଶାସନିକଅଧିକାରୀପ୍ରଦୀପ ପଣ୍ଡା ,ସମସ୍ତ ଶିକ୍ଷକ ଓଶିକ୍ଷୟିତ୍ରୀ ଏବଂକର୍ମଚାରୀ ବୃନ୍ଦ ବିଦ୍ୟାର୍ଥୀମାନଙ୍କୁଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ବଳ ଭବିଷ୍ୟତ ନିମନ୍ତେ କାମନା କରିଛନ୍ତି ।


