ପାରାଦ୍ୱୀପ ବନ୍ଦର ପକ୍ଷରୁ ମାଗଣାରେ ନୋଜ ମାସ୍କ ବଣ୍ଟନ
ପାରାଦ୍ୱୀପ (ପୀତବାସ ପ୍ରଧାନ) : କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ସାଧାରଣ ନୋଜ ମାସ୍କର ଘୋର ଅଭାବ ଦେଖାଯାଉଥିବା ବେଳେ, ପାରାଦ୍ୱୀପ ବନ୍ଦର ପ୍ରଶାସନ ପକ୍ଷରୁ ଜରୁରୀ କାଳିନ ଭିତ୍ତିରେ ନୋଜ ମାସ୍କ ତିଆରି କରାଯାଇ ବନ୍ଦର ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପାରାଦ୍ୱୀପ ସାକ୍ଷରତା ସମିତିର ସ୍ୱେଚ୍ଛାସେବୀ ମାନେ ମଙ୍ଗଳବାର ଦିନ ଜୟଦେବ ସଦନ ନିକଟସ୍ଥ ପରିବା ମାର୍କେଟ ଓ ମାଛ ମାର୍କେଟ ସାମଗ୍ରୀ କିଣିବା ପାଇଁ ଆସିଥିବା ଜନସାଧାରଣ ଓ ବ୍ୟବସାୟୀ ମାନଙ୍କୁ ମାଗଣାରେ ନୋଜ ସାସ୍କ ବଣ୍ଟନ କରିଥିଲେ । ପାରାଦ୍ୱୀପ ବନ୍ଦର ସିଇଏମ୍ଇ ସରୋଜ କୁମାର ଦାସଙ୍କ ତତ୍ତ୍ୱାବଧାନରେ ସମିତିର ସ୍ୱେଚ୍ଛାସେବୀ ମାନେ ମାସ୍କ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାକ୍ଷରତା ସମିତିର ଉପାଧ୍ୟକ୍ଷ ଦୀପକ ରଥ, ସଂପାଦକ ରାମଚନ୍ଦ୍ର ପ୍ରଧାନ, ପ୍ରକଳ୍ପ ସଂଯୋଜନ ଅଶୋକ ମହାପାତ୍ରଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ବନ୍ଦର କର୍ପୋରେଟ୍ ରିଲେସନ ଆଣ୍ଡ କମ୍ୟୁନିକେସନ ଚିଫ୍ ମ୍ୟାନେଜର ରତିକାନ୍ତ ନାୟକ ପରିଚାଳନା କରିଥିଲେ । ଏଠାରେ ସୂଚନା ଥାଉକି ପାରାଦ୍ୱୀପ ବନ୍ଦର କତ୍ତୃପକ୍ଷ ଏ ପର୍ଯ୍ୟନ୍ତ ୧୨ ହଜାରରୁ ଉର୍ଦ୍ଧ ମାସ୍କ ସାଧାରଣରେ ମାଗଣାରେ ବଣ୍ଟନ କରିସାରିଛନ୍ତି । ତେବେ ଏହି ମାସ୍କର ଅଭାବ ଓ ଆବଶ୍ୟକତା ଦୃଷ୍ଟିରୁ ବନ୍ଦର ପ୍ରଶାସନ ପକ୍ଷରୁ ସାକ୍ଷରତା ସମିତି ଓ ଏସ୍ଏଚ୍ଜି ଦ୍ୱାରା ଅଧିକ ମାସ୍କ ତିଆରି କରାଯାଇ ବଣ୍ଟନ କରାଯିବ ବୋଲି ବନ୍ଦର ସୁତ୍ରରୁ ପ୍ରକାଶ ।