ପାରୁଅଭାଡିରେ ରକ୍ଷକ କାର୍ଯ୍ୟକ୍ରମ
କୁଚିଣ୍ଡା, (ଯୁଗାବ୍ଦ ନ୍ୟୁଜ) : କୁଚିଣ୍ଡା ବ୍ଲକ ଅନ୍ତର୍ଗତ ପାରୁଅଭାଡି ପଞ୍ଚାୟତରେ ବିଜୁ ବାହିନୀଙ୍କ ଦ୍ବାରା ସଡକ ସୁରକ୍ଷା ଉପଲକ୍ଷେ ରକ୍ଷକ ଶିର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାରୁଆଭାଡ଼ି ଛକରେ ଲୋକଙ୍କୁ ରକ୍ଷକ ସମ୍ପର୍କୀତ ସଚେତନା କରିଥିଲେ। ରାସ୍ତାରେ ଯାଉଥିବା ଦୁଇ ଚକିଆରେ ହେଲମେଣ୍ଟ ଓ ଚାରି ଚକିଆ ର ସିଟବେଲ୍ଟ ଲଗାଇଥିବାରୁ କଲମ ଦେଇ ପୁରସ୍କୃତ କରାଯାଇଥିଲା । ଏହାପରେ ପାରୁଅଭାଡି ବିଜୁ ଯୁବ ବାହିନୀ ର ସଭାପତି ପୁଷ୍ପାଞ୍ଜଳି ପଟେଲଙ୍କ ସଭାପତିତ୍ବରେ ଏକ ସଭା ହୋଇଥିଲା । ଏଥିରେ ସୁବାସ ନାୟକ ଏବଂ ବୁଦ୍ଧଦେବ ପ୍ରୂସେଠ ଅତିଥି ଭାବେ ଜଗଦେଇଥିବା ବେଳେ ଗୋବର୍ଧନ ବାଘ, ଦଲାଧର ନାୟକ, ରାଧେଶ୍ୟାମ ବାଘ, ଶିବନାରାୟଣ ପ୍ରୂସେଠ, ପ୍ରମୁଖ ଉପସ୍ଥିତ ରହିସଡକ ସୁରକ୍ଷା ଉପରେ ଉଦବୋଧନ ଦେଇଥିଲେ ।