ପାର୍ବଣ ଋତୁ ପାଇଁ ଏସବିଆଇ ବେସ୍ ରେଟରେ ୦.୦୫% ହ୍ରାସ କରିଛି

ନୂଆଦିଲ୍ଲୀ: ଦେଶର ସୁବଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ସୁଧ ହାର ହ୍ରାସ କରି ଲୋନ୍ ଶସ୍ତା କରିଛି । ପାର୍ବଣ ଋତୁକୁ ଦୃଷ୍ଟିରେ ଏସବିଆଇ ବେସ୍ ରେଟରେ ୫ ଆଧାର ପଏଣ୍ଟ ବା ୦.୦୫% ହ୍ରାସ କରିଛି । ଏହି ରିହାତି ପରେ ଏସବିଆଇର ବେସ୍ ରେଟ୍ ୭.୪୫% ହୋଇଛି । ନୂଆ ଦରଗୁଡିକ ୧୫ ସେପ୍ଟେମ୍ବର ଅର୍ଥାତ୍ ଆଜିଠାରୁ ଲାଗୁ ହୋଇଯିବ । ଏସବିଆଇ ପକ୍ଷରୁ ହ୍ରାସ ହୋଇଥିବା ସୁଧ ହାରର ଲାଭ ଗ୍ରାହକମାନେ ଊଠାଇପାରିବେ । ଏସବିଆଇ ଗ୍ରାହକଙ୍କର ଏବେ ହୋମ୍ ଲୋନ୍, ଅଟୋ ଲୋନ୍, ବ୍ୟକ୍ତିଗତ ଲୋନ ସମେତ ଅନେକ ଲୋନର ମାସିକ କିସ୍ତି କମ୍ ହୋଇପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ