ପାହାଡ଼ ଧସି ରାସ୍ତା ଅବରୋଧ ଯାତାୟାତ ଠପ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସମଗ୍ର ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି।ଲଗାଣ ବର୍ଷା ଯୋଗୁଁ ଗୁମ୍ମା ବ୍ଲକ କୁଜାସିଂ ପାହାଡ଼ ଧସି ପୁଣି ରାସ୍ତା ଅବରୋଧ ହୋଇଛି।ମାଳ ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବା ସ୍ଥାନରେ ପାହାଡ଼ରୁ ବଡ଼ ବଡ଼ ପଥର ମାଟି ଅତଢ଼ା ଖସୁଛି।ଏହା ଦ୍ବାରା କୁଜାସିଂ ଓ ଅଜୟଗଡ଼ ପଞ୍ଚାୟତର ୩ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ବିଭିନ୍ନ ପାହାଡ଼ିଆ ଅଞ୍ଚଳରେ ପ୍ରତି ଦିନ ବର୍ଷା ହେଉଥିବା ଦେଖିବାକୁ ମିଳିଛି।କିଛି ଦିନ ମଧ୍ୟରେ ଗୁମ୍ମା ବ୍ଲକରେ ନିୟମିତ ବର୍ଷା ହେଉଥିବା ବେଳେ ରବିବାର ପ୍ରବଳ ବର୍ଷା ହେଉଥିଲା।ଏଥିଯୋଗୁଁ ରବିବାର ସନ୍ଧ୍ୟା ସମୟରେ ପୁଣି କୁଜାସିଂ ଅଢେଇ ଗାଁ ଘାଟି ଆରଡ଼ି ରାସ୍ତା ଉପରେ ପାହାଡ଼ ଧସି ଯାଇଥିଲା।କୁଜାସିଂ ଠାରୁ ଅଢେଇ ଗ୍ରାମ ଦେଇ ଅଜୟଗଡ଼ ଯିବା ନିମନ୍ତେ ଏହା ମୁଖ୍ୟ ରାସ୍ତା।ଏହି ରାସ୍ତା ଉପରେ ୩ଟି ଗାଁର ଲୋକମାନେ ସମ୍ପୂର୍ଣ୍ଣ ନିର୍ଭର ଥିବା ବେଳେ ସେମାନଙ୍କ ପାଇଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଥିଲା।ସୂଚନା ମୁତାବକ ୧୪ତାରିଖରେ ଏହି ରାସ୍ତର ତଳ ବୁଲାଣିରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇଥିଲା।ପୁଣି ଏକ ପାହାଡ଼ ଧସିବା ଅଞ୍ଚଳରେ ଏହି ରାସ୍ତା ଦେଇ ଯିବା ଆସିବା ଭୟ ହେଉଥିବା ସ୍ଥାନୀୟ ବାସିନ୍ଦା ଆଶଙ୍କାରେ ମତ ପ୍ରକାଶ କରିଛନ୍ତି।ତେବେ ପ୍ରଶାସନ ପହଁଚି ମାଟି ଅତଡ଼ା ଓ ବଡ଼ ବଡ଼ ପଥର ହଟାଇବା ପାଇଁ ବିଭାଗ୍ୟ ଅଧିକାରୀଙ୍କୁ ଦାବି କରିଛନ୍ତି।ଏନେଇ ସକାଳେ ଜେସିପି ନେଇ ପଥର ରାସ୍ତାରୁ ହଟେଇ ଦିଆଯିବ ବୋଲି ଵିଭାଗ୍ୟ ଅଧିକାରୀ ଯୋଗେନ୍ଦ୍ର କୁମାର ସାହୁ କହିଛନ୍ତି।


