ପିକଅପ ଭେନ ଓ ଟ୍ରକ ମୁହାଁମୁହିଁ ,ଡ୍ରାଇଭର ଗୁରୁତର
ରାଇରଙ୍ଗପୁର- ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ କଚଣ୍ଡା ଗିଁ ରାସ୍ତାରେ ବୁଧବାର ରାତିରେ ପିକ୍ସ ଭେନର ବ୍ରେକ ଫେଲ ହେବାରୁ ଗାଡି ଟି ଭାରସାମ୍ୟ ହରାଇ ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ପଛରୁ ପିଟି ହୋଇଥିଲା ।ପରେ ପିକଅପଭେନର ସାମନା କାଚ ଭାଙ୍ଗି ଚୁରମାର ହୋଇ ଡ୍ରାଇଭର ଆଦିତ୍ୟ ବେହେରା ଡାହାଣ ପଟ ଆଖିରେ କାଚ ପଶି ଯାଇଥିଲା ।ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭକ୍ତି କରାଯାଇଛି ।ଡାକ୍ତର ତାଙ୍କୁ ବାରିପଦା ମେଡିକାଲକୁ ରେଫର କରିବା ସତ୍ତ୍ବେ ଅର୍ଥ ଅଭାବରୁ ଯାଇ ନ ପାରି ରାଇରଙ୍ଗପୁର ଡାକ୍ତରଖାନାରେ ପଡି ରହିଛନ୍ତି ।