ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସର ସମନ୍ୱୟ କମିଟି ଗଠିତ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ପିପିଲି ଉପନିର୍ବାଚନର ସୁପରିଚାଳନା ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଦଳ ପକ୍ଷରୁ କେନ୍ଦ୍ରୀୟ ସମନ୍ୱୟ କମିଟି ଓ ବିଧାନ ସଭା ସମନ୍ୱୟ କମିଟି ଗଠନ କରିଛନ୍ତି । କେନ୍ଦ୍ରୀୟ ସମନ୍ୱୟ କମିଟିରେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ ଅଧ୍ୟକ୍ଷ ଭାବରେ ରହିଥିବା ବେଳେ ଅନ୍ୟତମ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଉପାଧ୍ୟକ୍ଷ ଭାବରେ ରହିଛନ୍ତି । ଏହି କମିଟିରେ ବିପିନ ଦାଶ, ପଂଚାନନ କାନୁନଗୋ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଜାନକୀ ବଲ୍ଲଭ ପଟ୍ଟନାୟକ, ରଜତ ଚୌଧୁରୀ, ମନୋରଞ୍ଜନ ଦାଶ, ମାନସ ଚୌଧୁରୀ, ଦେଓ ପ୍ରସାଦ ସଦସ୍ୟ ଭାବରେ ରହିଛନ୍ତି ଓ ଶ୍ରୀ ଯଜେ୍ଞଶ୍ୱର ବାବୁ ସଂଯୋଜକ ଭାବରେ ରହିଛନ୍ତି ।ସେହିପରି ବିଧାନସଭା ସମନ୍ୱୟ କମିଟିରେ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଅଧ୍ୟକ୍ଷ ରହିଥିବାବେଳେ ପିପିଲି ବ୍ଲକ କଂଗ୍ରେସ ସଭାପତି ଜିତୁ ପ୍ରକାଶ ପରିଡ଼ା, ପିପିଲି ଏନଏସି କଂଗ୍ରେସ ସଭାପତି ଶେକ ମେହେବୁବ, ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ରବିନ୍ଦ୍ର କୁମାର ଦାସ, ମାନସ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଶ୍ରମତୀ ନିରୁପମା ପାତ୍ର ସଦସ୍ୟ ଭାବରେ ରହିଛନ୍ତି ଓ ନିଶିକାନ୍ତ ମିଶ୍ର ସଂଯୋଜକ ଭାବରେ ରହିଛନ୍ତି ବୋଲି ପିସିସି କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ