ପିପୁଲସ ହାଇ ସ୍କୁଲ ସହକାରୀଶିକ୍ଷକଙ୍କ ଦେହାନ୍ତ

ବୁଗୁଡା- ବୁଗୁଡା ପିପୁଲସ ହାଇ ସ୍କୁଲର ସହକାରୀ ଶିକ୍ଷକ ବିପ୍ର ଚରଣ ପ୍ରଧାନଙ୍କ ସୋମବାର ଦିନ ଦିବା ୧୦ ଘଣ୍ଟା ସମୟରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସ୍ୱର୍ଗତ ପ୍ରଧାନ ବହୁଦିନ ହେଲା କିଡିନି ଜନିତ ରୋଗରେ ଆକ୍ରାନ୍ତ ଥିଲେ। ବିଶିଷ୍ଟ ଶିକ୍ଷାବିତ ସ୍ବର୍ଗତ ଜୟଦେବ ପ୍ରଧାନଙ୍କ ଜ୍ୟେଷ୍ଠ ପୁତ୍ରଭାବେ ୧୯୯୭ ମସିହାରୁ ବୁଗୁଡା ପିପୁଲସ ହାଇ ସ୍କୁଲର ସହକାରୀ ଶିକ୍ଷକ ଭାବେ କାର‌୍ୟ୍ୟରତ ଥିଲେ। ମୃତ୍ୟୁ ଖବର ପାଇବାପରେ ପିପୁଲସ ହାଇ ସ୍କୁଲରେ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଟିତ ହୋଇଥିଲା ।ସ୍ବର୍ଗତ ପ୍ରଧାନଙ୍କ ମରଶରୀକୁ ଭୁବନେଶ୍ୱରରୁ ନିଜ ଗ୍ରାମ ମାଣିତରା ଅଣାଯାଇଥିଲା। ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ନିଜର ଧର୍ମପତ୍ନୀ, ଦୁଇ ପୁଅ ଚନ୍ଦନ ଓ ତିଳକ,ସାନଭାଇ ସତ୍ୟ ଏବଂ ବହୁ ସଂପର୍କୀୟ ଉପସ୍ଥିତ ଥିଲେ। ବିଇଓ ରସାନନ୍ଦ କର,ଏବିଇଓ ପୀତାମ୍ବର ବିଶୋଇ ଓ ପ୍ରମୋଦ ଚନ୍ଦ୍ର ସେନାପତି ପ୍ରମୁଖ ସ୍ବର୍ଗତ ପ୍ରଧାନଙ୍କ ଆତ୍ମାର ସଦଗତି କାମନା ସହ ଶୋକାକୁଳ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ