ପୁଣି ଚର୍ଚ୍ଚାରେ ଗଜପତି ଏସପି ଯୁବକ-ଯୁବତୀଙ୍କୁ ନଦୀ ପାର ଓ ପର୍ବତାରୋହଣର ତାଲିମ ଦେଲେ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) -ଯୁବକ ଯୁବତୀଙ୍କୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ତାଲିମ ଦେଇ ସେମାନଙ୍କୁ ବିଭିନ୍ନ ନିଯୁକ୍ତି ଜନିତ ସାକ୍ଷାତକାର ଓ ଶାରିରୀକ ପରିକ୍ଷାରେ ସାଫଲ୍ୟ କରିବା ପାଇଁ ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ବହୁ ପ୍ରସଂଶନୀୟ ଉଦ୍ୟମ କରି ଆସିଛନ୍ତି । ଗତ ବୁଧବାର ଓ ଗୁରବାର ଦିନ ପୁଣି ଯୁବକ-ଯୁବତୀଙ୍କୁ ପର୍ବତାରୋହଣ ତାଲିମ ଦେଇ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛନ୍ତି । ବୁଧବାର ଦିନ ବିଶ୍ୱ ପାର୍ବତ୍ୟ ଦିବସ ଅବସରରେ ଏକ ପର୍ବାତାରୋହଣ କାର୍ଯ୍ୟକ୍ରମକୁ ଏସପି ସାରା ଶର୍ମା ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲା ବନବିଭାଗ, ଜିଲା ପୋଲିସର ବହୁ ଅଧିକାରୀ ଏବଂ କର୍ମଚାରୀ ଯୋଗଦେଇଥିବା ବେଳେ ବହୁ ଯୁବକ-ଯୁବତୀ ମଧ୍ୟ ଯୋଗ ଦେଇଥିଲେ ସମସ୍ତେ ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମ ଠାରେ ଏକତ୍ରିତ ହେବାପରେ ସେଠାରୁ ବିଭିନ୍ନ ଯାନବାହାନ ଦ୍ୱାରା ରାୟଗଡ ବ୍ଲକର ବୁରୁଖତ ଛକରେ ପହଞ୍ଚି  ସେଠାରୁ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତ ଆରୋହଣ କରିବା ତାଲିମ ଦିଆଯାଇଥିଲା । ସେହିପରି ଗୁରୁବାର ଦ୍ୱିତୀୟ ଦିନରେ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ସହରର କେତେକ ଯୁବକ-ଯୁବତୀଙ୍କୁ ଦୈଡି ମାଧ୍ୟମରେ ଜଳାଶୟ ପାର କରିବା ପ୍ରଶିକ୍ଷଣ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସମ୍ମୁଖରେଥିବା ପୋଖରୀ ଉପରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଡିଏଫଓ ବିବେକ କୁମାର, ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଏବଂ ବହୁ ପୋଲିସ କର୍ମଚାରୀଙ୍କ ସମେତ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ