ପୁଣି ଜଣେ ସଂକ୍ରମିତ, ୮୩ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର: ଓଡ଼ିଶାରେ ଆଉ ଜଣେ କରୋନାରେ ସଂକ୍ରମିତ ହୋଇଛନ୍ତି । ଫଳରେ ସଂକ୍ରମିତଙ୍କ ସଂଖ୍ୟା ୮୩ରେ ପହଁଚିଛି । ନୂତନ ସଂକ୍ରମିତ ଯାଜପୁରର ହୋଇଥିବାବେଳେ ତାଙ୍କର ବୟସ ୩୮ ବର୍ଷ । ସେ ପଶ୍ଚିମବଙ୍ଗରୁ ଆସିଥିଲେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆଜି ସକାଳେ ମଧ୍ୟ ଭଦ୍ରକରୁ ୩ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ସେମାନେ ମଧ୍ୟ ପଶ୍ଚିମବଙ୍ଗରୁ ଆସିଥିଲେ ବୋଲି ସରକାରୀ ସୂଚନା ମିଳିଛି । ସମ୍ପ୍ରତି ପଶ୍ଚିମବଙ୍ଗରୁ ଆସିଥିବା ଲୋକଙ୍କ ପାଇଁ ସମସ୍ତେ ଚିନ୍ତାରେ ପଡ଼ିଯାଇଛନ୍ତି । ଗତ କିଛିଦିନ ଧରି ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ପଶ୍ଚିମବଙ୍ଗ ଫେରନ୍ତା । ଏନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପଶ୍ଚିମବଙ୍ଗ ଓ ଓଡ଼ିଶା ସୀମାନ୍ତରେ ଚେକିଂ ଜୋରଦାର ହୋଇଥିବାବେଳେ କରୋନା ସଂକ୍ରମିତଙ୍କ ଆଖପାଖ ଗାଁକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି ।


