ବେଲଗୁଣ୍ଠା ସହରରେ ସ୍ୱଚ୍ଛତା ବାଟବଣା,ତୁରନ୍ତ ସମାଧାନ ଦାବି

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଅଞ୍ଚଳରେ ସ୍ୱଚ୍ଛତା ଆଣିବା ପାଇଁ ବିଶେଷ ଗୁରୁତ୍ୱ ଦେଉଛନ୍ତି ।ସହର ସ୍ୱଚ୍ଛ ରହିବା ପାଇଁ ସ୍ୱତନ୍ତ୍ର ଭାବେ ସ୍ୱଚ୍ଛ ସାଥି, ସାନିଟାରୀ ଏକ୍ସପର୍ଟ, ସଫେଇ କର୍ମଚାରୀ ନିଯୁକ୍ତ ହୋଇଛନ୍ତି ।ତାହା ସଙ୍ଗେ ସଙ୍ଗେ ସହରାଞ୍ଚଳ ଗୁଡିକ ରାତିରେ ସଫା କରିବା ପାଇଁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରହିଛି ।ବର୍ତ୍ତମାନ ପରିସ୍ଥିତି କରୋନା ମୁକାବିଲା ପାଇଁ ମଧ୍ୟ ସ୍ୱଚ୍ଛତା ଗୁରୁତ୍ୱପୁର୍ଣ୍ଣ ବୋଲି ସରକାର କହୁଛନ୍ତି ।ଏବଂ ଏ ନେଇ ପ୍ରତି ସହରାଞ୍ଚଳରେ ଏକ ସ୍ୱତନ୍ତ୍ର ଅଳିଆ ଆବର୍ଜନା ଗାଡି ବ୍ୟବସ୍ଥା କରାଯାଇଛି ।କିନ୍ତୁ ବେଲଗୁଣ୍ଠା ସହରରେ ସ୍ୱଚ୍ଛତା ଖାଲି ଡାକବାଜୀ ଯନ୍ତ୍ରରେ ସିମୀତ ବୋଲି ବହୁ ସାହି ବାସିନ୍ଦା ଅଭିଯୋଗ କରିଛନ୍ତି ।ସହରର ବହୁ ନାଳ ନର୍ଦ୍ଦମା ଅଳିଆ ଆବର୍ଜନା ରେ ପୁର୍ଣ୍ଣ ହୋଇଥିଲେ ମଧ୍ୟ ଅଭିଯୋଗ ପରେ ମଧ୍ୟ ସଫା ହେଉନଥିବା ଜଣାପଡିଛି ।କଂସାରୀ ସାହିରେ ଥିବା ନାଳଟି ବହୁ ଦିନରୁ ଅଳିଆ ଆବର୍ଜନା ରେ ପୁର୍ଣ୍ଣ ଥିଲେ ମଧ୍ୟ ସଫା ହେଉନଥିବା କହିଛନ୍ତି ସାହିବାସିନ୍ଦା ।ଅସରାଏ ବର୍ଷାରେ କଂସାରୀ ସାହି ଛକ ଜନସେବା କେନ୍ଦ୍ର ନିକଟରେ ଥିବା ନାଳଟିର ମଇଳା ଭର୍ତ୍ତି ହୋଇ ଭାସି ଆସି ରାସ୍ତାରେ ଓ ସାହି ଭିତରକୁ ଭାସି ଯାଉଥିବା ଦେଖାଦେଇଛି ।ଫଳରେ ଆଖପାଖରେ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହେଉଛି ।ଗୋଟିଏ ପଟେ କରୋନା କୁ ନେଇ ଭୟର ବାତାବରଣ ଥିବା ବେଳେ ଅନ୍ୟ ପଟେ ଏପ୍ରକାର ଅପରିଷ୍କାର ପରିବେଶକୁ ନେଇ ବୁଦ୍ଧିଜୀବୀ ଚିନ୍ତାପ୍ରକଟ କରିଛନ୍ତି ।ଏହାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ