ପୁତୁରା ମାଡରେ କକା ଓ ଖୁଡି ଗୁରୁତର
ହାଟଡିହିି, (ବିକାଶ ବିଶ୍ୱାଳ):ପୁତୁରା ମାଡରେ କକା ଓ ଖୁଡି ଗୁରୁତର ଆହତ ହୋଇ ଆନନ୍ଦପୁର ୁପଖଣ୍ଡ ଡକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ହାଟଡିହି ବ୍ଲକ ଆମ୍ବଗଡିଆ ଗ୍ରାମରେ । ସୁଚନାରୁ ଜଣାଯାଇଛି ଯେ ଘର ସମ୍ମୁଖରେ ପାଣି ଢ଼ାଳିବାକୁ ନେଇ ବାପ ପୁଅ ଭିତରେ ମାଡପିଟି ହେଉଥିବା ବେଳେ ଏହାକୁ ରୋକିବାକୁ କକା ଓ ଖୁଡି ଦଉଡି ଆସିଥିଲେ । କିନ୍ତୁ ପୁତୁରା ଜଣକ ବାପକୁ ଛାଡି କକା ଓ ଖୁଡିକୁ ମଧ୍ୟ ଆକ୍ରମଣ କରିବାରୁ ସେମାନେ ଗୁରୁତର ଆହତ ହୋଇ ପଡି ଥିଲେ । ପରେ ଆହତ ମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନସ ଯୋଗେ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ କକା ଓ ଖୁଡିର ଚିକିତ୍ସା ଚାଲିଥିବାବେଳେ ଏନେଇ ଥାନାରେ କିଛି ଅଭିଯୋଗ ହୋଇ ନଥିବା ଜଣାଯାଇଛି ।


