ପୁରୁଣାଘାଟି ଗାଁର ମଦ ମାଫିଆଙ୍କ ଘରୁ ୭୮ ଲିଟର କିଙ୍ଗ ଫିସର ଷ୍ଟ୍ରଙ୍ଗ ବିଅର ଜବତ ଓ ଜଣେ ଅଟକ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):’କରୋନା’ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସରକାର ଲକ୍ ଡାଉନ୍ ଜାରି ରଖିବା ସହ ମଦ ଦୋକାନକୁ ବନ୍ଦ ରଖିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଲକ୍ ଡାଉନ୍ ଚୋରା ମଦ ମାଫିଆଙ୍କ ପାଇଁ ପୁଷମାସ ହୋଇଛି ।ମଦ ମାଫିଆମାନେ ଚୋରାରେ ମଦ କାରବାର ଚଳାଇଛନ୍ତି । ସେମାନଙ୍କ ମଦର ଅଭେଦ୍ୟ ଦୁର୍ଗର ଠିକଣାକୁ ପୋଲିସ ଏ ଯାଏଁ ପାଇଁ ନାହିଁ ।ମଦ ମାଫିଆ ଓ ଅବକାରୀ ବିଭାଗର ମଧୁଚନ୍ଦ୍ରିକା ବନ୍ଦକୁ ଏ ଯାଏଁ ପୋଲିସ ଛୁଇଁ ପାରି ନାହିଁ । ଅବକାରୀ ବିଭାଗର କାମକୁ ପୋଲିସ କରୁଛି । ଅବକାରୀ ବିଭାଗ ଜାଣିଶୁଣି ମଦ ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହଁ । ଲକ୍ ଡାଉନ୍ ଠାରୁ ଏ ଯାଏଁ ଅବକାରୀ ବିଭାଗର ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗୋଟେ ବି କରୁ ନାହଁ ।ହିସାବରେ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ଅବକାରୀ ବିଭାଗ ଉପରେ ଭରସା ରଖି ନାହାନ୍ତି। ଲକ୍ ଡାଉନ୍ ସୁଯୋଗ ନେଇ ମଦମାଫିଆମାନେ ୧୩୦ ଟଙ୍କା ମଦକୁ ୨୦୦ଟଙ୍କାରେ ବିକି ମାଲେମାଲ ହେଉଛନ୍ତି ।ହେଲେ ମଦ ମାଫିଆଙ୍କ ଉପରେ ଏସଡିପିଓ ସ୍ନେହାଶୀଷ ସାହୁ ଏବଂ ରାଇରଙ୍ଗପୁର ଆଦର୍ଶ ଥାନା ଅଧିକାରିଣୀ ରେଣୁବାଳା ସାହୁ ଏବଂ ତାଙ୍କ ଟିମ୍ ତିକ୍ଷ୍ଣ ନଜର ରଖିଛନ୍ତି ।’କରୋନା’କୁ ସଂକ୍ରମଣ କରିବାରେ ଏବଂ ଅସାମାଜିକ କାର୍ଯ୍ୟକଳାପକୁ ବଢ଼ାଇବାରେ ଯଥେଷ୍ଟ ଭୂମିକା ଅଛି ।ମଦ ପିଇ ମଦୁଆମାନେ ନିଜର ସ୍ତ୍ରୀ,ଛୁଆପିଲା ଓ ବୁଢ଼ା ବାପାମା ଉପରେ ଶାରିରୀକ ଆକ୍ରମଣ, ମାନସିକ ନିର୍ଯ୍ୟାତନା ଦେଉଛନ୍ତି ଯାହା କଷ୍ଟ ଅବର୍ଣ୍ଣନୀୟ ।ତଦସହ ମଦୁଆ ମାନେ ମାତାଲ୍ ହୋଇ ନିଜର ହିତାହିତ ଜ୍ଞାନ ଭୁଲି ନିଜର ଭାଇ ଓ ପଡୋଶୀମାନଙ୍କ ସହ ଗଣ୍ଡଗୋଳ କରୁଛନ୍ତି । ଲକ୍ ଡାଉନ୍ ପାଇଁ ବହୁତ ଗଣ୍ଡଗୋଳ, ମାରପିଟ୍,ହଣାକଟା, ମହିଳାଙ୍କ ଉପରେ ଅତ୍ୟାଚାର ମାମଲା ଖବର ଥାନାରେ ପହଞ୍ଚି ପାରୁନାହିଁ ।କରୋନା-ଲକ୍ ଡାଉନ୍-ମଦୁଆଙ୍କ କାଣ୍ଡ କାରଖାନା ରେ ପେଶି ହୋଇଯାଉଛନ୍ତି ମଣିଷ ସମାଜ ।ମଣିଷ ଜୀବନ ଆଗେ ।’କରୋନା’ ଠାରୁ ମଣିଷ ଜୀବନ ରକ୍ଷା କରିବା ପାଇଁ ସର୍ବ ପ୍ରଥମେ ପୋଲିସର ଭୂମିକା ଆଗେ । ତାପରେ ଡାକ୍ତର, ନର୍ସ, ଡାକ୍ତରଖାନା, ଔଷଧ ଇତ୍ୟାଦି ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଆଦର୍ଶ ଥାନା ଅନ୍ତର୍ଗତ ପୁରୁଣାଘାଟି ଗ୍ରାମର ଜନୈକ ମଦ ମାଫିଆଙ୍କ ଘରେ ପାଲଟିଛି ଚୋରା ମଦର ଗନ୍ତାଘର ।ଏହି ଖବର ପୋଲିସକୁ କୌଣସି ସୂତ୍ରରୁ ଖବର ମିଳିଥିଲା । ରାଇରଙ୍ଗପୁର ଏସଡିପିଓ ସ୍ନେହାଶୀଷ ସାହୁ ଏବଂ ରାଇରଙ୍ଗପୁର ଟାଉନ ଥାନା ଆଇଆଇସି ରେଣୁବାଳା ସାହୁଙ୍କ ନିର୍ଦେଶକ୍ରମେ ସବ ଇନ୍ସପେକ୍ଟର ସନ୍ତୋଷ ଖେସଙ୍କ ନେତୃତ୍ବରେ ପୋଲିସଟିମ ଗୁରୁବାର ଦିନ ରାତିରେ ଅତର୍କିତ ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ ୧୨୦ ଟି କିଙ୍ଗ ଫିସର ଷ୍ଟ୍ରଙ୍ଗ ବିୟର ବୋଟଲ(୭୮)ଲିଟର ମଦ ଜବତ କରିବା ସହ ମଦମାଫିଆଙ୍କୁ ଥାନାରେ ଅଟକ ରଖିଛନ୍ତି । ଏହି ଘଟଣାରେ ଏକ ମାମଲା ୭୮/୨୦ ରୁଜୁ ହୋଇଛି । ରାଇରଙ୍ଗପୁର ପୋଲିସର ମଦମାଫିଆଙ୍କ ଉପରେ ଚଢାଉକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି । ଲକ୍ ଡାଉନ୍ ସମୟରେ ମଦ ମାଫିଆଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ