ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ ମାଡପିଟ୍

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ସମଣା ଗ୍ରାମରେ ପୁର୍ବ ବିବାଦ ଘଟଣାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ମାରପିଟ ଲାଗିଥିବା ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ଗ୍ରାମର କୁଳମଣି କାଣ୍ଡି ଓ ଶ୍ରୀଧର କାଣ୍ଡିଙ୍କ ମଧ୍ୟରେ ପୁର୍ବରୁ ବିବାଦ ଲାଗି ରହିଥିଲା । ଗତ ୪ଦିନ ତଳେ କୁଳମଣି ଓ ତାଙ୍କ ସମର୍ଥକ ମାନେ ଶ୍ରୀଧର କାଣ୍ଡିକୁ ମଓ୍ୟରେ ମାଡପିଟ୍ ହୋଇଥିଲା । ଏହାକୁ ନେଇ ଦୁଇ ପରିବାର ଭିତରେ ଉତ୍ତେଜନା ଲାଗି ରହିଥିବାବେଳେ ଆଜି କୁଳମଣି ବିଲକୁ ଯାଉଥିବା ସମୟରେ ଗୋଟିଏ ପରବାର ସମର୍ଥକ ମାନେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଗଣ୍ଡାଗୋଲରେ କୁଳମଣି ଆହତ ହୋଇଛନ୍ତି । ଏନେଇ କୁଳମଣିଙ୍କ ପକ୍ଷରୁ ନନ୍ଦିପଦା ଥାନାରେ ଅଭିଯୋଗ କରାଯାଇଥିବା ଜଣାପଡିିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ