ପୁସ୍ତକ ଉନ୍ମୋଚନ କରି ଓଡିଆ ଭାଷା ଓ ସଂସ୍କୃତିକୁ ସମ୍ମାନିତ କରିଛନ୍ତି ମୋଦି : ଧର୍ମେନ୍ଦ୍ର

ଭୁବନେଶ୍ୱର : ଓଡିଶାର କାଳିଦାସ’ ପଣ୍ଡିତ ଡାକ୍ତର ପ୍ରବୋଧ କୁମାର ମିଶ୍ରଙ୍କ ଦ୍ୱାରା ରଚିତ ଞ୍ଛହେ ମାଆ ! ମାତୃଭୂମି !‛ ପୁସ୍ତକ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରି ଓଡିଆ ଭାଷା ଓ ସଂସ୍କୃତିକୁ ସମ୍ମାନିତ କରିଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ ଡା. ମିଶ୍ର ଜଣେ ଲବ୍ଧ ପ୍ରତିଷ୍ଠିତ କବି, ସମାଲୋଚକ ତଥା ଲେଖକ । ସଂସ୍କୃତ ଏବଂ ଓଡିଆ ସାହିତ୍ୟ ପାଇଁ ତାଙ୍କର ଯୋଗଦାନ ଅତୁଳନୀୟ । ଓଡିଆ ସ୍ୱାଭିମାନ ହିଁ ତାଙ୍କ କାଳଜୟୀ ସୃଷ୍ଟିକୁ ପ୍ରେରିତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ