ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ପରଲୋକ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ବିଶିଷ୍ଟ ରାଜନେତା ତଥା ପୂର୍ବତନ ସଦର ବିଧାୟକ ଗୋପନାରାୟଣ ଦାସ ଆକଳ ବିୟୋଗକୁ ନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ବୁଧବାର ରାତିରେ ତାଙ୍କୁ ବ୍ରେନ ଷ୍ଟ୍ରୋକ ହେବାରୁୁ ପରିବାର ଲୋକେ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ତାଙ୍କୁ ଭୁବନେଶ୍ୱରର ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଭୁବନେଶ୍ୱର ଯିବା ବାଟରେ ରାତି ପ୍ରାୟ ୩ଟା ୪୫ ମିନିଟରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ବର୍ଷ ହୋଇଥିଲା । ତାଙ୍କର ଦେହାନ୍ତ ଖବର ପ୍ରଚାର ହୋଇଯିବା ପରେ ଜ୍ଞାତି, କୁଟୁମ୍ବ, ସମ୍ପର୍କୀୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଗୋପାଳଗାଁ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ, ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ ଓ ପୌରାଧ୍ୟକ୍ଷା ସବିତା ସାହୁ, ଜିିଲା କଂଗ୍ରେସ କମିଟି ସଭାପତି ସଞ୍ଜୀବ ଗିରି, ଜିଲା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞାପାରମିତା ମହାନ୍ତି, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଓ ସୁଦର୍ଶନ ଜେନା, ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ସୁଦର୍ଶନ ଦାସ, ଜିଲା ପରିଷଦ ସଭାପତି ଗିରୀଶ ଚନ୍ଦ୍ର ଦାଶ, ଶିଳ୍ପୋଦ୍ୟାଗୀ ସଂଜୟ ଦାସ, ସଂଗ୍ରାମ ଦାସ, ଅଞ୍ଜଳି ପଣ୍ଡା, ଲକ୍ଷ୍ମୀନାରାୟଣ ମହାନ୍ତି, ଯଶୋଧରା ଦାସ, କିଶୋର ଦାସ, ଅର୍ଚ୍ଚନା ନନ୍ଦୀ, ସାହିରୁଲ ହକ, ବିଜୟ ପାଣିଗ୍ରାହୀ, ଦୁକୁଲ ଘଡ଼େଇ, ଉଜ୍ଜ୍ୱଳ ଚନ୍ଦ୍ର କର, ଭାଗୀରଥୀ ପଣ୍ଡା, ସୁଜିତ ଦେବ, ଗୌରାଙ୍ଗ ଦାସ, ଚିତ୍ତରଂଜନ ପଣ୍ଡା, ଅରୁଣ ଚାଟାର୍ଜୀ, ମିହିର ମହାପାତ୍ର, ଗିରିଜା ଶଙ୍କର ଦାସ, ଅନୁପ ଚାଟାର୍ଜୀ, ନରେନ୍ଦ୍ର ବିହାରୀ ଦାସ, ସନ୍ତୋଷ ଦାସ, ଡାକ୍ତର ଶାନ୍ତନୁ ଦାସ, ଭାଗବତ ସାହୁ, ସତ୍ୟଶିବ ସୁନ୍ଦର ଦାଶ, ଅଭୟ ମହାପାତ୍ର, ଡ. ଶ୍ରୀମାନ ଶ୍ରୀଚନ୍ଦନ, ମନୋଜ ରାଉତ, ଶୁଭେନ୍ଦୁ ମଙ୍ଗରାଜ, ସାଗର ଦାସ, ଜୟ ପ୍ରକାଶ ଦାଶ, ମାଧବାନନ୍ଦ ମିଶ୍ର ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗୋପାଳଗାଁ ବାସଭବନରେ ପହଞ୍ଚି ମର ଶରୀରରେ ପୁଷ୍ପ ଅର୍ପଣ ପୂର୍ବକ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ପରିବାର ବର୍ଗଙ୍କୁ ସମସ୍ତେ ସମବେଦନା ଜଣାଇଥିଲେ । ଏମିତିକି ସ୍ଥାନୀୟ ସେହିଭଳି ସାବିତ୍ରୀ ନୋଡାଲ ହାଇସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୃତ ଶରରୀର ନିକଟରେ ତାଙ୍କ ସହଧର୍ମିଣୀଙ୍କ ସମେତ ଦୁଇପୁତ୍ର ଓ ପୁତ୍ରବୋଧୂ, ପୁତୁରା ଓ ପୁତୁରାବୋହୂ, ନାତିନାତୁଣୀମାନେ ଉପସ୍ଥିତ ଥିଲେ । ଏକମାତ୍ର କନ୍ୟା ବିଦେଶରୁ ପହଞ୍ଚିବା ପରେ ଶୁକ୍ରବାର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ସମାଜସେବୀ ସତ୍ୟନାରାୟଣ ଦାସଙ୍କ କନିଷ୍ଠପୁତ୍ର ଗୋପ ନାରାୟଣ ଦାସ ଉଚ୍ଚଶିକ୍ଷା ଗ୍ରହଣ ପରେ ଚାକିରି କରିବା ପରିବର୍ତ୍ତେ ରାଜନୀତି ତଥା ସମାଜସେବା ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ୧୯୭୩ ମସିହାରେ ୱାର୍ଡ଼ କାଉନସିଲରରୁ ରାଜନୀତି ଜୀବନ ଆରମ୍ଭ କରିଥିଲେ ସେ । ୧୯୮୦ରୁ ୧୯୮୫ ପର୍ଯ୍ୟନ୍ତ ସଦର ବ୍ଲକର ଚେୟାରମ୍ୟାନ ଓ ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ସଦର ବିଧାୟକ ଭାବେ ସେ ଥିଲେ । ପରେ ୧୯୯୬ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଭାବେ ସେ ସୁଚାରୁ ରୂପେ ଦାୟିତ୍ୱ ତୁଲାଇଥିଲେ । ତାଙ୍କର ପ୍ରଚେଷ୍ଟାରେ ବାଲେଶ୍ୱରରେ ଶଳ୍ପାୟନ କ୍ଷେତ୍ରରେ ସେତେବେଳେ ଆଶାତୀତ ବିକାଶ ଘଟଥିଲା । ବିଧାୟକ ଥିବା ବେଳେ ବୁଢ଼ାବଳଙ୍ଗ ନଦୀର ପୋଲ ନିର୍ମାଣ ପାଇଁ ସେ ଉଦ୍ୟମ କରିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଆଣି ପୋଲର ଶିଳାନ୍ୟାସ କରିଥିଲେ । ଜଣେ ରାଜନୀତିଜ୍ଞ, ସମାଜସେବୀ, ତଥା ଅନୁଷ୍ଠାନପ୍ରେମୀ ବ୍ୟକ୍ତିତ୍ୱ ଭାବେ ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।


