ପୂର୍ବତନ ବିଧାୟକ ସ୍ୱର୍ଗତ ବିଶ୍ୱନାଥ ସାହୁଙ୍କ ୫ମ ଶ୍ରାଦ୍ଧ ବାର୍ଷିକୀ

ଛତ୍ରପୁର (ଦେବଦତ୍ତ ମହାରଣା) : କମ୍ୟୁନିଷ୍ଟ ନେତା ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ବିଶ୍ୱନାଥ ସାହୁଙ୍କ ୫ମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଚମାଖଣ୍ଡି ଛକ ସ୍ଥିତ ବିଶ୍ୱନାଥ ଭବନ ପରିସରରେ ସିପିଆଇ ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ୍‌.ଜନାର୍ଦ୍ଦନ ରେଡ୍ଡୀଙ୍କ ପୈାରହିତ୍ୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲ।। ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଜଂୟ ରେଡ୍ଡୀ, ସିପିଆଇ ରାଜ୍ୟ ନେତା ତଥା ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀ, ସିପିଆଇ ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନାଲ ସମ୍ପାଦକ ଏସ.କ୍ରିଷ୍ଣା ରେଡ୍ଡୀ, ବରିଷ୍ଠ ଆଇନଜିବୀ ଭଗବାନ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡଃ. ରମାକାନ୍ତ ପାଣିଗ୍ରାହି, ଛତ୍ରପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଭାଗିରଥୀ ବେହେରା, ଟି.କ୍ରିଷ୍ଣା ରେଡ୍ଡୀ, ଆଇଏନଟିୟୁସି ନେତା ପୀତବାସ ପଣ୍ଡା, ବିଜୁ ଶ୍ରମିକ ସାମ୍ମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ଦାଶ, ଆଇନଜିବୀ ଡି.ଆଦିନାରାୟଣ ରେଡ୍ଡୀ, ନୀରଜଂନ ନାୟକ, ସିପିଆଇ ଯୁବନେତା ଚିଙ୍କାରା ବେହେରା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂସଦର ସଭାପତି ଆର.ସନ୍ତୋଷ ରେଡ୍ଡୀ, ସିଏଚ୍‌.ମନୋଜ ରେଡ୍ଡୀ, ଶହଦେବ ସାହୁ, ସିପିଆଇ ଚମାଖଣ୍ଡି ଜୋନାଲ ସହ-ସମ୍ପାଦକ ଏନ.ଗିରିଜା ପ୍ରସାଦ ରେଡ୍ଡୀ ଓ ଗୁରୁନାଥ ପ୍ରଧାନ, ଚକ୍ରପାଣି ସାହୁ , ଆର . ବାଲକ୍ରିଷ୍ଣା , ନାରୀନେତ୍ରୀ ଏନ.ଭାନୁମତି ରେଡ୍ଡୀ ଓ ସ୍ୱର୍ଗତ ସାହୁଙ୍କ ପୁଅ ବିଘ୍ନେଶ୍ୱର ସାହୁଙ୍କ ସମେତ ବିଭିନ୍ନ ଦଳ ର ନେତା ଓ କର୍ମୀ ମାନେ ଯୋଗଦେଇ ସ୍ୱର୍ଗତ ସାହୁ ଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କର ଅମର ଆତ୍ମା ର ସଦଗତି କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ