ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୈାଧୁରୀଙ୍କ ଶ୍ରାଦ୍ଧ ଦିବସ ପାଳନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ପୂଜ୍ୟପୂଜାଙ୍କୁ ସମ୍ମାନ ଜଣାଇ ଜନଶକ୍ତି ପାର୍ଟି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସନ୍ନିିକଟରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଜନଶକ୍ତି ପାର୍ଟି ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ ଯୋଗ ଦେଇ କହିଥିଲେ ଯେ ସ୍ୱର୍ଗତ ଚୌଧୁରୀ ଏକା ଧାରାରେ ଜଣେ ସମାଜସେବି, ସୁବକ୍ତା, ସଂଗଠକ, ସମାଜ ସଂସ୍କାରକ, ସ୍ପଷ୍ଟବାଦୀ ବ୍ୟକ୍ତିତ୍ୱ ଭାବେ ପରିଚିତ ଥିଲେ । ସେ ସ୍ୱାଧିନତା ସଂଗ୍ରାମରେ ଝାସ ଦେଇ ମହାତ୍ମାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାରାବରଣ ମଧ୍ୟ କରିଥିଲେ । ସେ ମୁଖ୍ୟମନ୍ତ୍ରୀ ଥାଇ ନିଶା ନିବାରଣ ଆଇନର ପ୍ରବର୍ତ୍ତକ ତଥା ଜଣେ ସଚ୍ଚୋଟ ଓ ଅହଂକାର ଶୁନ୍ୟ ବ୍ୟକ୍ତିତ୍ୱ ଥିଲେ । ଜମିଦାର ଗୋକୁଳାନନ୍ଦଙ୍କ ସେ ସୁପୁତ୍ର ଥିଲେ । ଏହି ଅବସରରେ ଶ୍ରୀ ଦାଶ ସ୍ୱର୍ଗତ ଚୈାଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଉପଲକ୍ଷେ ପାର୍ଟିର ଜିଲ୍ଲା ସଭାପତି ନରୋତମ ଜେନାଙ୍କ ସଭାପତିତ୍ୱ ଅନୁଷ୍ଠିତ ସଭାରେ ମୁଖପାତ୍ର ଅଜୟ ଦାସ, ରାଜନଗର ଆବାହକ ଆଡଭୋକେଟ ସୁଧିର ଦାସ, ସଂଖ୍ୟାଲଘୁ ସଭାପତି ଅମିରୁଦ୍ଦିନ, ସେବା ଦଳ ପ୍ରମୁଖ ଅଶୋକ ରାଉତ, ଦଳିତ ସଭାପତି ନାରାୟଣ ମଲ୍ଲିକ, ଡିଜିଟାଲ ପ୍ରମୁଖ ନାରାୟଣ ରାଉତ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଚୈାଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ