ପୂର୍ବତନ ସାଂସଦ ସୁଶ୍ରୀ ଦେବୀଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପୂର୍ବତନ ରାଜ୍ୟସଭା ସାଂସଦ ସୁଶ୍ରୀ ଦେବୀଙ୍କୁ କେନ୍ଦ୍ରାପଡାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ତାଙ୍କର ବୁଧବାର ଦିନ କଟକସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଥିଲା । ତାଙ୍କ ପୁତ୍ର ମନ୍ତ୍ରୀ ପ୍ରତାପ ଦେବ ଶେଷକୃତ୍ୟ ସମ୍ପନ୍ନ କରିବା ନିମନ୍ତେ ଆଜି ଆଳି ଆଣୁଥିବା ବେଳେ କେନ୍ଦ୍ରାପଡା ସହରସ୍ଥ ତିନିମୁହାଣି ଛକ ନିକଟରେ ହଜାର ହଜାର ବୁଦ୍ଧିଜୀବୀ ଓ ରାଜନେତା ଓ କର୍ମୀମାନେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ଜିଲ୍ଲା ବିଜେଡି ସଭାପତି ଉତ୍କଳ ପରିଡା, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ସିପିଆଇ(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ରଞ୍ଜିତ ସାହୁ, ଛାତ୍ର ସଭାପତି ପ୍ରଦିପ ସାହୁ, ଦୁଷ୍ମନ୍ତ ମଲିକ, ବିଜୟ ପତି, ଯଯାତି ମହାନ୍ତି, ସେକ ଇନାୟତ, କାଳି ପ୍ରସାଦ ମିଶ୍ର ପ୍ରମୁଖ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ ।