ପୃଥିବୀର ବିଭିନ୍ନ ସୁନ୍ଦର ପାର୍କର ଆନନ୍ଦ ନିଅନ୍ତୁ
ପ୍ରକୃତି ସୁନ୍ଦରତା ମନରେ ସକାରାତ୍ମକ ପ୍ରଭାବ ବିସ୍ତାର କରିଥାଏ । ପ୍ରକୃତି କୋଳରେ ମଣିଷ ଶାନ୍ତି ଏବଂ ଖୁସିର ଝଲକ ପାଇପାରିଥାଏ । ପୃଥିବୀର ବିଭିନ୍ନ ଅଂଚଳରେ ଏଭଳି କିଛି ପାର୍କ ରହିଛି ଯାହାକି ପର୍ଯ୍ୟଟକଙ୍କ ବେଶ୍ ଆନନ୍ଦିତ କରିପାରିଥାଏ । ସେଥିମଧ୍ୟରୁ ସିଡ୍ନୀର ରୟାଲ ବଟାନିକ ପାର୍କର୍ ଆଜେଲା ଗାର୍ଡେନ୍ ଅନ୍ୟତମ । ଏହା ନ୍ୟୁ ସାଉଥ୍ ୱେଲସ୍ର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର । ୩୦ ହେକ୍ଟର ଜମିରେ ପରିବ୍ୟପ୍ତ ଏହି ପାର୍କରେ ପୃଥିବୀର ସମସ୍ତ ଅଂଚଳର ଫୁଲଗଛ ରହିଛି । ୧୬୩ ବର୍ଷ ତଳେ ଏଠାରେ ଚାର୍ଲସ୍ ମୋରେ ଚାରା ରୋପଣ କରିଥିଲେ । ଏହା ୧୮୫୬ରେ ନିର୍ମିତ ହୋଇଥିଲା । ଆମେରିକାର ବ୍ରୋକ୍ଲାଇନ୍ ବଟାନିକ ଗାର୍ଡେନ୍ ୧୯୧୦ରେ ୫୨ ଏକର ଜମିରେ ନିର୍ମାଣ କରାଯାଇଥିଲା । ଏଥିରେ ୧୪,୦୦୦ ପ୍ରକାର ବୃକ୍ଷଚାରା ପ୍ରଜାତି ରହିଛି । ଏଠାରେ ଏକ ୱାଟର ଗାର୍ଡେନ୍ ମଧ୍ୟ ରହିଛି । ଏଠାରେ ୨୯୯ରୁ ଅଧିକ ଚେରି ବୃକ୍ଷ ରହିଛି ।ଅଷ୍ଟ୍ରେଲିଆ ମାଉଂଟ୍ ଆନ୍ନାରେ ଥିା ବଟାନିକ ଗାର୍ଡେନ୍ ୨,୦୦୦ବର୍ଗ ମିଟର ଅଂଚଳରେ ପରିବ୍ୟାପ୍ତ । ଏଠାରେ ସେପ୍ଟେମ୍ବର ଏବଂ ଅକ୍ଟୋବରରେ ପର୍ଯ୍ୟଟକଙ୍କର ଗହଳି ରହ÷ିଥାଏ । ଏଠାରେ ପିଙ୍କ୍, ହଳଦିଆ ଏବଂ ଧଳା ଫୁଲ ଫୁଟିଥାଏ ।ଅଷ୍ଟ୍ରେଲିଆ ତୋମହା ବ୍ଲୁ ମାଇଂଟେନ୍ ପାର୍କରେ ୫୨୦୦ ପ୍ରଜାତିର ଗଛ ରହିଛି । ଏଠାରେ ଅଗଷ୍ଟ ୨୪ରୁ ଅସେପ୍ଟମ୍ବର ୧ ମଧ୍ୟରେ ଡାଫୋଡିଲ ଫୁଟିଥାଏ । ଏଠାରେ ୫୦,୦୦୦ ଡାଫୋଡିଲ୍ ରହିଛି । ଆଇସ୍ଲ୍ୟାଣ୍ଡ୍ର ଅକୁରେୟିରି ଗାର୍ଡେନ୍ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏହା ଆର୍କଟିକ୍ ସର୍କଲଠାରୁ ୫୦ ମାଇଲ୍ ଦୂରରେ ରହିଛି । ଏଠକୁ ପର୍ଯ୍ୟଟକ ମାଗଣାରେ ଯାଇଥାନ୍ତି । ଏଠାରେ ସ୍କାଇ ସ୍ଲୋପ୍ ରହିଛି । ଏହାକଜରାନାସୋକୋଗୁରୁ ଫରେଷ୍ଟ୍ରେ ରହିଛି । ଜାପାନର ଟୋକିଓରେ ସାକୁରା ଚେରି ପାର୍କ ରହିଛି । ଏହା ପର୍ଯ୍ୟଟକଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ ସାଜିଥାଏ । ପ୍ରକୃତିର କୋଳରେ ସୁନ୍ଦର ଫୁଲର ଶୋଭା ଏଠାରେ ନେଇ ହୋଇଥାଏ ।


