ରୟାଲ ଷ୍ଟାଗ୍ ଡ୍ରିମ ଟିମରବ୍ରାଣ୍ଡ ଆମ୍ବାସାଡର ହେଲେ ଜଶପ୍ରିତ ବୁମରା
ମଜବୁତ ପ୍ରସିଦ୍ଧ ବୋଲର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତି ସୀଗ୍ରାମ ରୟାଲ ଷ୍ଟାଗ୍ ନିଜର ଡ୍ରିମ ଟିମ ରେ ଅଗ୍ରଣୀ ବୋଲର ଜଶପ୍ରିତ ବୁମରା ଙ୍କୁ ସାମିଲ କରିଛି । ଆଇସିସି କ୍ରିକେଟ ବିଶ୍ୱକପ୍ ଓ ନିକଟରେ ଆୟୋଜିତ ୱେଷ୍ଟଇଣ୍ଡିଜ ଗସ୍ତରେ ଉଚ୍ଚକୋଟିର ପ୍ରଦର୍ଶନ ସହ ବୁମରା ପ୍ରତିଭା ଓ ଅସାଧାରଣ କ୍ଷମତା ର ପ୍ରତିକ ଭାବରେ ବ୍ରାଣ୍ଡର ଦର୍ଶନ ସହ ଫିଟ୍ ହେଉଛନ୍ତି । ରୟାଲ ଷ୍ଟାଗ୍ ବ୍ରାଣ୍ଡ ପାଇଁ କ୍ରିକେଟ ସର୍ବଦା କେନ୍ଦ୍ରବିନ୍ଦୁ ରହି ଆସିଛି ।ଏହା ଦୀର୍ଘ ବର୍ଷ ଧରି ବିଶ୍ୱର ଅଗ୍ରଣୀ କ୍ରିକେଟର ମାନଙ୍କ ସହ ସହବନ୍ଧନ ହୋଇ କ୍ରିକେଟ୍ ପ୍ରେମି ମାନଙ୍କ ସହ ଯୋଡି ହୋଇ ରହିଛି । ଏହି ବ୍ରାଣ୍ଡ ୨୦୧୮ ମସିହାରେ ଆଇସିସି ସହ ୫ ବର୍ଷ ପାଇଁ ଯୋଡି ହୋଇଛି । ବିଶ୍ୱର ପ୍ରଖ୍ୟାତ କ୍ରିକେଟର ଯଥା-ଦକ୍ଷିଣ ଆଫ୍ରିକାର ଫାଫ୍ ଡୁ ପ୍ଲେସିସ୍, ଇଂଲଣ୍ଡର ବେନ ସ୍ଟୋକ୍ସ, ଭାରତର କେ ଏଲ ରାହୁଲ, ୱେଷ୍ଟ ଇଣ୍ଡିଜର ଆନ୍ଦ୍ରେ ରସେଲ, ନ୍ୟୁଜିଲ୍ୟାଣ୍ଡର କେନ ୱିଲିଅମ୍ସନ ଏବଂ ଅଷ୍ଟ୍ରେଲିଆର ମିସେଲ ଷ୍ଟାର୍କ ଆଦି ଏହା ସହ ସହବନ୍ଧିତ ହୋଇଛନ୍ତି । ରୟାଲ ଷ୍ଟାଗ୍ ଡ୍ରିମ ଟିମ ରେ ଜଶପ୍ରିତ ବୁମରାଙ୍କୁ ସ୍ୱାଗତ କରି ପରନୋଡ୍ ରିକାର୍ଡ ର ସିଏମଓ କାର୍ତିକ ମହିନ୍ଦ୍ରା କହିଛନ୍ତି, ଞ୍ଛରୟାଲ ଷ୍ଟାଗ୍ ସର୍ବଦା ଏକ ପ୍ରତିଷ୍ଠିତ ବ୍ରାଣ୍ଡ ରହି ଆସିଛି । ଏହା ଲୋକଙ୍କୁ ଜୀବନରେ ସ୍ୱପ୍ନ ଦେଖିବା ପାଇଁ, ହାସଲ କରିବା ପାଇଁ ଏବଂ ଏହାକୁ ବୃହତ ବନାଇବା ପାଇଁ ପ୍ରେରିତ କରିଥାଏ । ପଦାର୍ପଣ ରୁ ଆଜି ପର୍ଯ୍ୟନ୍ତ ଜଶପ୍ରିତ ବୁମରାଙ୍କ ଯାତ୍ରା ପ୍ରେରଣାଦାୟୀ ହୋଇ ଆସିଛି । ଆଜି ଦିନରେ କ୍ରିକେଟର ସମସ୍ତ ଫର୍ମାଟରେ ସେ ଏକ ମହାନ ଖେଳାଳି ରୁପେ ଗଣା ହେଉଛନ୍ତି । ସେ ସାରା ଦେଶରେ ମହତ୍ୱାକାଂକ୍ଷୀ, ଆତ୍ମବିଶ୍ୱାସୀ ଓ ନିଜର ସ୍ୱପ୍ନ ସାକାର ପାଇଁ ଚେଷ୍ଟିତ ଅଗଣିତ ଲୋକଙ୍କ ପାଇଁ ପ୍ରେରଣା ଉତ୍ସ ପାଲଟିଛନ୍ତି ।‛ ରୟାଲ ଷ୍ଟାଗ୍ ଟିମ ରେ ଯୋଗଦେଇ ବୁମରା କହିଛନ୍ତି, ଞ୍ଛନିଜକୁ ଏପରି ଏକ ବ୍ରାଣ୍ଡ, ଯାହା ଖେଳ ଓ ଖେଳର ଶକ୍ତିକୁ ପ୍ରେରିତ କରିଥାଏ, ସହ ସାମିଲ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ମୁଁ କ୍ରିକେଟର ଭାବରେ ଯାତ୍ରା ସମୟରେ ସମସ୍ତ କଠିନ ପରିସ୍ଥିତି କୁ ସହାସର ସହ ସାମ୍ନା କରି ଆସିଛି ।‛ ବୁମରା ଖୁବଶିଘ୍ର ସୀଗ୍ରାମ ରୟାଲ ଷ୍ଟାଗ୍ ର ୩୬୦ ଡିଗ୍ରି ମାର୍କେଟିଂ ଅଭିଯାନରେ ଭାଗନେବେ ।


