ପେଟ୍ରୋଲିଙ୍ଗ ବେଳେ ଧରାପଡିଲେ ଚୋର

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଧୀନ ମଠଡିହ ବଜାରରେ ଥିବା ଏକ ତେଜରାତି ଦୋକାନରୁ ସୋମାବାର ବିଳମ୍ବିତ ରାତିରେ ୨ ଜଣ ଚୋର ଏକ ତେଲଟିଣ ନେଇ ଚମ୍ପଟ ମାରିଥିଲେ । ଆରଡି – ଭଦ୍ରକ ରାଜ୍ୟ ରାଜପଥର ସାଇନ୍ସପାର୍କ ନିକଟରେ ପେଟ୍ରୋଲିଙ୍ଗ୍ କରୁଥିବା ଆରଡି ପୋଲିସ ସେମାନଙ୍କୁ କାବୁକରି ଫାଣ୍ଡିକୁ ନେଇ ଅଟକ ରଖିଥିଲେ । ମଙ୍ଗଳବାର ସକାଳେ ଦୋକାନୀ ଆଶୁତୋଷ ନାୟକ ନିଜ ଦୋକାନ ଚୋରୀ ସମ୍ପର୍କରେ ଫାଣ୍ଡିରେ ଅଭିଯୋଗ କରିଥିଲେ । ଆରଡି ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ମଲ୍ଲ ମଠଡିହ ବଜାରରେ ଲାଗିଥିବା ସିସି କ୍ୟାମରା ଯାଞ୍ଚ କରି ସେହି ୨ ଜଣ ଚୋରୀକରିଥିବା ଫୁଟେଜରୁ ଅବଗତ ହୋଇଥିଲେ । ଏ ବିଷୟରେ ୨ ଅଭିଯୁକ୍ତଙ୍କୁ ପଚରା ଉଚୁରା ଜାରିରଖିଛି । ସେହି ଯୁବକ ୨ ଜଣ ହେଲେ ସଚ୍ଚିତାନନ୍ଦ ଦାସ (୨୨) ଓ ତ୍ରିଲୋଚନ ମଳିକ( ୪୪) । ସେମାନଙ୍କ ଘର ତିହିଡି ଥାନା ଅଧୀନ କାଁପଡା ମଠସାହି ଅଞ୍ଚଳର ବୋଲି ଫାଣ୍ଡି ପୋଲିସ ସୂଚନା ଦେଇଛି । ୨ ଅଭିଯୁକ୍ତ ତେଲ ଟିଣ ଚୋରୀ କରିଥିବା ସ୍ବୀକାର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ