ପୈାରସଂସ୍ଥା ମହିଳା ସୁପରଭାଇଜରଙ୍କ ରାଜନୀତିରେ ମନ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ପୈାରସଂସ୍ଥାର ମହିଳା ସୁପରଭାଇଜରଙ୍କର ଆଉ ବିଭାଗୀୟ କାର୍ଯ୍ୟରେ ମନ ନାହିଁ । ସେ ଏବେ ରାଜନୀତିରେ ମନ ବଳାଇଲେଣୀ । ନିଜ କାର୍ଯ୍ୟ ଛାଡି ପୈାରାଞ୍ଚଳର ବିଭିନ୍ନ ୱାର୍ଡରେ ବୁଲି ବୁଲି ରାଜନୈତିକ ସଭା ଓ ପ୍ରଚାର କରିବାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି । ଆଗାମୀ ପୈାର ନିର୍ବାଚନରେ ସେ ସରକାରୀ ଦଳରୁ ପ୍ରାର୍ଥୀ ହେବାକୁ ମନବଳାଇ ସେଥି ନିମନ୍ତେ ଏବେ ଠାରୁ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ପୈାରସଂସ୍ଥା ପକ୍ଷରୁ ଖୋଲା ଯାଇଥିବା ହ୍ୱାଟସଅପ ଗୃପରେ ସଂପୃକ୍ତ ସୁପରଭାଇଜର ଜଣଙ୍କ ରାଜନୈତିକ କାର୍ଯ୍ୟକଳାପ ସମ୍ପର୍କରେ ପୋଷ୍ଟ କରୁଥିବା ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ