ପୈାରାଂଚଳରେ ୮୦ବର୍ଷରୁ ଉର୍ଦ୍ଧ୍ୱ ଭତ୍ତା ହିତାଧିକାରୀଙ୍କୁ କରୋନା କିଟ ବଂଟନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶ କ୍ରମେ ଆଜି ଜିଲ୍ଲାରେ ପ୍ରଥମେ କେନ୍ଦ୍ରାପଡା ପୈାରାଚଂଳରେ୮୦ବର୍ଷରୁ ଉର୍ଦ୍ଧ୍ୱ ବୟସର ଭତ୍ତା ହିତାଧିକାରୀମାନଙ୍କୁ କରୋନା ୟୁଟିଲିଟି କିଟସ ବୀତରଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପୈାର କର୍ମଚାରୀ ଭୂବନମୋହନ କାନୁନଗୋ,ଅସୀତ କୁମାର ସାହୁ ପ୍ରମୁଖ ଘରକୁ ଘର ବୁଲି ଏହି ଭତ୍ତା ହିତାଧିକାରୀମାନଙ୍କୁ କରୋନା ୟୁଟିଲିଟି କିଟସ ବଂଟନ କରିଛନ୍ତି । ପ୍ରତ୍ୟେକ କିଟସରେ୨ଟି କପଡାରେ ତିଆରି ମାସ୍କ, ୨ଟି ଓ.ଆର.ଏସ.ପ୍ୟାକେଟ, ଗୋଟିଏ ହାତସଫା ପାଇଁ ସାବୁନ, ଗୋଟିଏ ଭିଟାମିନ – ସି ଥିବା ଫଳଗଛ (ଲେମ୍ବୁଗଛ) ଓ ୨ଟି କରୋନା ସମ୍ପର୍କିତ ସଚେତନତା ବାର୍ତ୍ତା ରହିଛି ।