ପଞ୍ଚାୟତ ରେ ମଦ ବିକ୍ରି କୁ ବିରୋଧ ପଲ୍ଲୀ ସଭାରେ କଠୋର ନିଷ୍ପତ୍ତି ତହସିଲଦାର ଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଦାବି ପତ୍ର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଆମ୍ବଗାଁ ପଞ୍ଚାୟତ ଆମ୍ବଗାଁ ଗ୍ରାମରେ ମଦ ବିକ୍ରି କୁ ବନ୍ଦ କରିବା ଉଦ୍ୟେଶ ରେ ଗ୍ରାମବାସୀ ନେଇଛନ୍ତି ଏକ ଯୁଗାନ୍ତକାରୀ ପଦକ୍ଷେପ. ଯାହାକୁ ନେଇ ସମଗ୍ର ଅଞ୍ଚଳ ରେ ଏକ ଚର୍ଚ୍ଚାର ବିଷୟ ପାଲୋଟିଛି. ସୂଚନା ପ୍ରକାରେ ସରକାର ଙ୍କ ପକ୍ଷ ରୁ ଦେଶୀ ବିଦେଶୀ ମଦ ବିକ୍ରି ପାଇଁ ଲାଇସେନ୍ସ ଦିଆଯାଇଥାଏ ସେହିପରି ଆମ୍ବଗାଁ ରେ ବିକ୍ରି ପାଇଁ ମଧ୍ୟ ଏକ ଦେଶୀ ମଦ ଦୋକାନ ରହିଛି।ଏହି ମଦ ଦୋକାନ ଟି ନିମଖଣ୍ଡି ମଦ ଭାଟି ଜରିଆରେ ଖୋଲାଯାଇଛି।ଏହି ଭାଟି ଜରିଆରେ କେବଳ ୫ଟି ମଦ ଦୋକାନ ଖୋଲିବା ପାଇଁ ସ୍ୱୀକୃତି ରହିଥିଲେ ମଧ୍ୟ ବିଭିନ୍ନ ଗ୍ରାମରେ ବେଆଇନ ଭାବେ ପ୍ରାୟ ୫୦ କୁଚିଆ ମଦ ଦୋକାନ ଖୋଲାଯାଇଛି।ଏଣୁ ସରକାର ପ୍ରତିବର୍ଷ ବହୁ ରାଜସ୍ୱ ହରାଉଛନ୍ତି।ଆମ୍ବଗାଁ ମଦ ଦୋକାନ ଟି ପଞ୍ଚାୟତ,ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଓ ଜନବସତି ଅଞ୍ଚଳ ରହିଥିବା ହେତୁ ଅଧିକାଂଶ ସମୟରେ ଗଣ୍ଡଗୋଳ ଘଟୁଛି। ମଦ୍ୟପ ମାନେ ବିଦ୍ୟାଳୟ ପରିସର ରେ ମଦ ପିଇ ଜରି ଫୋପାଡ଼ୁଛନ୍ତି। ଯାହା ଛୋଟ ପିଲାଙ୍କ ମାନସିକତା ପ୍ରତି ଆଘାତ ହେଉଛି।ମଦର ମାନ ପରୀକ୍ଷଣ ସଠିକ ଭାବେ ନ ହେବା ଯୋଗୁଁ ମଦ ଖାଇବା ବ୍ୟକ୍ତି ମାନେ ରୋଗାକ୍ରାନ୍ତ ହେଉଥିବା ନଜିର ରହିଛି। ଗ୍ରାମବାସୀ ଙ୍କ ଅଭିଯୋଗ ପରେ ଗ୍ରାମରେ ଏକ ପଲ୍ଲୀ ସଭା କରାଯାଇ ମଦ ବନ୍ଧ କରିବା କରିବା ପାଇଁ ନିଷ୍ପତ୍ତି ନିଯାଇଥିଲା।ଏହି ମଦ ପାଇଁ ଚୋରି ରାହାଜାନି ଡକାୟତି ମାର ପିଟ ଗଣ୍ଡଗୋଳ ଆତ୍ମହତ୍ୟା ହତ୍ୟା ଭଳି ଚରମ ନିଷ୍ପତ୍ତି ନିଅନ୍ତି ମଦ୍ୟପାନ କରିଥିବା ବ୍ୟକ୍ତି।ପରେ ସେହି ସବୁ ଘଟଣା ବିଶୃଙ୍ଖଳା ସୃଷ୍ଟି ହୋଇଥାଏ।ଏ ସବୁ ରୁ ନିବୃତ ରହିବା ପାଇଁ ମଦ ବନ୍ଦ ହିଁ ଏକ ମାତ୍ର ବିକଳ୍ପ ବୋଲି ସ୍ଥିର କରିଛନ୍ତି ଆମ୍ବଗାଁ ସରପଞ୍ଚ ପ୍ରତିନିଧି ଦେଵରାଜ ସେଠିଏବଂ ଗ୍ରାମବାସୀ।ଗ୍ରାମବାସୀ ଙ୍କ ସହଯୋଗ ପରେ ବୁଧୁବାର ସାନଖେମୁଣ୍ଡି ତହସିଲଦାର ଡ଼ା ଶ୍ରୀନିବାସ ବେହେରା ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଏବଂ ଅବକାରୀ ବିଭାଗ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ସେଥିରେ ଉଲେଖ ରହିଛି ଯେ ଆମ୍ବଗାଁ ପଞ୍ଚାୟତ ସମ୍ପୂର୍ଣ୍ଣ ଭାବେ ମଦ ବିକ୍ରି ବନ୍ଦ କରାଯାଉ।ତେବେ ଏହି ଦାବି ପତ୍ର ପ୍ରଦାନ ପରେ ତହସିଲଦାର ଡ଼ଃ ଶ୍ରୀନିବାସ ବେହେରା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ କହିଛନ୍ତିଘଟଣା ର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା କୁ ପ୍ରତିଶ୍ରୁତି ଦେଇଛନ୍ତି।


