ପୋଖରୀରେ ବୁଡି ବୃଦ୍ଧା ମୃତ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଥାନା ଅନ୍ତର୍ଗତ ବଡମାଧପୁର ଗ୍ରାମର ତୋଟା ବନ୍ଧ ରେ ଜଣେ ବୃଦ୍ଧା ବୁଡି ମୃତ୍ୟୁ ଘଟିଛି। ବୃଦ୍ଧା ଜଣକ ହେଲେ ବଡମାଧପୁର ଗ୍ରାମର ମୃତ ଏସ୍ ଚେନେୟା ରେଡ୍ଡୀଙ୍କ ସ୍ତ୍ରୀ ଏସ୍. ମାଗି ରେଡ୍ଡୀ (୬୭)। ଶନିବାର ସକାଳ ୭ ଘଣ୍ଟ ୩୦ ମିନିଟ ସମୟରେ ତୋଟା ବନ୍ଧ କୁ ଗାଧୋଇବାକୁ ଯାଇଥିଲେ। ହଠାତ୍ ସେ ପାଣି ଟଳି ପଡ଼ିଥିଲେ । ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସହାୟତାରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଣାସ୍ଥଳରେ ଛତ୍ରପୁର ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ। ଏସ୍ ମାଗି ରେଡ୍ଡୀ ଜଣେ ଧର୍ମପରାୟଣ ମେଳାପି ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି। ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଏସ୍ କିଶୋର ଚନ୍ଦ୍ର ରେଡ୍ଡୀ ଓ ଶିବ ଶଙ୍କର ସେଠୀ ଅମର ଆତ୍ମାର ସଦଗତି କାମନା କରି ପରିବାର ବର୍ଗକୁ ସାନ୍ତ୍ଵନା ଦେଇଛନ୍ତି।