ପୋଖରୀ ରାସ୍ତା ଅବରୋଧ କୁ ନେଇ ଗ୍ରାମବାସୀ’ଙ୍କ ଥାନା ଘେରାଉ
ରାରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କୁଲଗୀ ଗ୍ରାମର କାରୁ ବନ୍ଧ’ ପୋଖରୀ କୁ ଶୁଦ୍ଧ କ୍ରୀୟା ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟ ପାଇଁ ଗ୍ରାମବାସୀ ଦୀର୍ଘ ବର୍ଷରୁ ବ୍ୟବହାର କରି ଆସୁଥିଲାବେଳେ ଉକ୍ତ ଗ୍ରାମର ଇଶ୍ବର ମହାନ୍ତ(୩୫) ପିତା କରମୁ ମହାନ୍ତ ପୋଖରୀ ରାସ୍ତା କୁ ଅବରୋଧ କରି ଗାଁ ଲୋକଙ୍କ ସାମାଜିକ କାର୍ଯ୍ୟରେ ବାରମ୍ବାର ବାଧା ସୃଷ୍ଟି କରି ଆସୁଛନ୍ତି।ଏନେଇ ପୂର୍ବରୁ ମିମାଂଶା ହୋଇଥିଲା।ତେବେ ଏଥର ମଧ୍ୟ ରାସ୍ତା ଅବରୋଧ କରିଥିବା ବେଳେ ଗ୍ରାମବାସୀ ବଳପୂର୍ବକ ରାସ୍ତା ଅବରୋଧ ହଟାଇ ସାମାଜିକ କାର୍ଯ୍ୟ ସମ୍ପନ୍ନ କରିଥିଲେ।ତେବେ ଏହାକୁ ନେଇ ଇଶ୍ବର ଚନ୍ଦ୍ର ମହାନ୍ତ ଏବଂ ହାଡୁ ଟୁଡୁ ବହଳଦା ଥାନାରେ କିଛି ଲୋକଙ୍କ ବିରୁଦ୍ଧରେ ଏତେଲା ଦେବାରୁ ଗାଁ ଲୋକେ ଉତ୍ୟକ୍ତ ହୋଇ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଛୁଆପିଲାଙ୍କୁ ନେଇ ଥାନା ଘେରାଉ କରିଥିଲେ।ପରିସ୍ଥିତି ଅଣାୟତ୍ତ ହେବାରୁ ରାଇରଙ୍ଗପୁର ଏସଡିପିଓ ସ୍ନେହାଶିଷ ସାହୁ,ବହଳଦା ତହସିଲଦାର ପରମାନନ୍ଦ ଖଣ୍ଡେଇ,ସରପଞ୍ଚ ଶୁକଲାଲ ମାଝୀ ପ୍ରମୁଖ ବହଳଦା ଥାନା କୁ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ ତେବେ ଆସନ୍ତା କାଲି ୧୧’ଟା ସମୟରେ କୁଲଗୀ ଗ୍ରାମରେ ପହଞ୍ଚି ବିବାଦର ସମାଧାନ କରିବାକୁ ପ୍ରତିଶୃତି ଦେବାପରେ ଲୋକେ ଥାନା ଘେରାଉରୁ ଓହରୀ ଥିଲେ।


