ପୋଲିସ୍ ପକ୍ଷରୁ ଯାନବାହାନ ଯାଞ୍ଚ, ୧୦ ହଜାର ଟଙ୍କା ଜରିମାନା ଆଦାୟ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ପୋଲିସ ଥାନା ପକ୍ଷରୁ ପିପୁଲସ କଲେଜ ନିକଟରେ ଅଗଷ୍ଟ ୧୬ ତାରିଖ ଦିନ ଯାନବାହାନ ଯାଞ୍ଚ କରାଯାଇ ପ୍ରାୟ ୨୦ ଜଣଙ୍କ ଠାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ବିନା ହେଲେମେଟରେ ଦୁଇ ଚକିଆ ଚଲାଇବା, ନାବାଳକଙ୍କ ଗାଡିଚାଳନା, ବେପରୁଆ ଗାଡି ଚାଳନା, ଗାଡିର କ୍ଷମତା ଠାରୁ ଅଧିକ ବ୍ୟକ୍ତି ବସିବା, ଦ୍ରୁତ ଗତିରେ ଗାଡିଚାଳନା ଓ ଗାଡିର କାଗଜ ପତ୍ର ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଏକ ଅଟୋରେ ଛୋଟ ଓ ବଡ ମିଶି ୧୦ ଜଣ ବସିଥିବା ଓ ଏକ ବାଇକରେ ୫ ଜଣ ବସି ଯାଉଥିବା ବେଳେ ପୋଲିସ ସେମାନଙ୍କ ଠାରୁ ଫାଇନ ଆଦାୟ କରି ତାଗିଦ କରି ଛାଡିଥିବା ଦେଖିବାକୁ ମିଳିଥିଲା। ଅଧିକାଂଶ ବାଇକ ଚାଳକ ବିନା ହେଲେମେଟରେ ଗାଡି ଚଳାଉଥିବା ବେଳେ ସେମାନଙ୍କ ଠାରୁ ଜରିମାନା ଆଦାୟ ସହ ହେଲେମେଟ ପିନ୍ଧିଲେ କିପରି ସୁରକ୍ଷା ମିଳିଥାଏ ବୁଝାଇ ଥିଲେ। ଯାନବାହାନ ଯାଞ୍ଚ କାର୍ଯ୍ୟ ସବ-ଇନ୍ସପେକ୍ଟର ସମୀର କୁମାର ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ