ସ୍ୱାଭିମାନ ଅଞ୍ଚଳରେ ଆଜାଦିର ୭୫ତମ ଅମୃତ ମୋହତ୍ସବ

ମାଲକାନଗିରି,(ଯୁଗାବ୍ଦ ନ୍ୟୁଜ):ସ୍ୱାଭିମାନ ଅଞ୍ଚଳରେ ଆଜାଦିର ୭୫ତମ ଅମୃତ ମୋହତ୍ସବ ପାଳିଲେ ଗ୍ରାମବାସୀ ଓ ଯବାନ । ସ୍ୱାଭିମାନ ଅଞ୍ଚଳରେ ସ୍ୱାଧୀନତାର ୭୫ତମ ଅମୃତ ମୋହତ୍ସବ ପାଳିଲେ ଯବାନ ଓ ଗ୍ରାମବାସୀ । ଯେଉଁ ଅଞ୍ଚଳରେ ଦିନେ ମାଓବାଦୀ ମାନେ କଳା ପତକା ଉଡାଉଥିଲେ ଓ ଲୋକ ମାନେ ତ୍ରିରଙ୍ଗା କଣ ଜାଣି ନଥିଲେ ଏବେ ସେହି ଅଞ୍ଚଳରେ ଫର ଫର ହୋଇ ଉଡୁଛି ଜାତୀୟ ପତକା । ଯବାନ ମାନେ ବାଲିମେଳା ଜଳ ଭଣ୍ଡାରର ଅକାତ ଅକାତ ପାଣିରେ ଉଡାଉଛନ୍ତି ତ୍ରିରଙ୍ଗା । ସେହିଭଳି ଗ୍ରାମବାସୀ ମାନେ ମଧ୍ୟ ଏବେ ନିର୍ଭୟରେ ସମସ୍ତେ ଏକାଠି ହୋଇ ହାତରେ ଜାତୀୟ ପତକା ଉଡାଇଛନ୍ତି । ଏବେ ସ୍ୱାଭିମାନ ଅଞ୍ଚଳରେ ଘର ଘର ତ୍ରିରଙ୍ଗାରେ ପରିପୂର୍ଣ୍ଣ ହୋଇଛି । ବର୍ତମାନ ସ୍ୱାଭିମାନ ଅଞ୍ଚଳ ମାଓବାଦୀଙ୍କ କବଳରୁ ମୁକ୍ତ ହୋଇଥିବା ବେଳେ ପରିବର୍ତ୍ତନ ଚିତ୍ର ଏବେ ସାମ୍ନାକୁ ଆସିବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ